Latest Odisha News

BREAKING NEWS

୨ ପୂର୍ବତନ ପ୍ରଶାସକ ନଳିନୀ ପ୍ରଧାନ ଓ ରମେଶ ସାଇଙ୍କ ବିଜେଡିରେ ଯୋଗଦାନ

ଭୁବନେଶ୍ୱର : ରାଜ୍ୟର ଦୁଇ ଜଣ ପୂର୍ବତନ ପ୍ରଶାସକ ନଳିନୀକାନ୍ତ ପ୍ରଧାନ ଓ ରମେଶ ଚନ୍ଦ୍ର ସାଇ ଶୁକ୍ରବାର ଦିନ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।

ଏହି ୨ଜଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଶାସକ ଦଳ ବିଜେଡି (ବିଜୁ ଜନତା ଦଳ)ରେ ସାମିଲ ହୋଇଛନ୍ତି ।

ଶ୍ରୀଯୁକ୍ତ ପ୍ରଧାନ ସାଧାରଣ କାର୍ଯ୍ୟ ବିଭାଗରେ ମୁଖ୍ୟ ଯନ୍ତ୍ରୀ ତଥା ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ସେହିପରି ଶ୍ରୀଯୁକ୍ତ ସାଇ ପୂର୍ବରୁ ଜନଜାତି ଓ ଅନୁସୂଚିତ ବିକାଶ ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ରହିଥିଲେ ।

ଉଲ୍ଲେଖଯୋଗ୍ୟ, ଶ୍ରୀଯୁକ୍ତ ପ୍ରଧାନଙ୍କ ସେବାମନୋବୃତ୍ତି କାର୍ଯ୍ୟପାଇଁ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ ଅବଧିକୁ ୧ ବର୍ଷ ବୃଦ୍ଧି କରିଥିଲେ । ମାତ୍ର ଏହି କାର୍ଯ୍ୟକାଳ ଶେଷ ହେବାର ମାସକ ପୂର୍ବରୁ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଫେବୃଆରି ୨୮ ତାରିଖରେ ଏହି ପଦରୁ ଇସ୍ତଫା ଦେଇଥିଲେ ।

ଆହୁରି ମଧ୍ୟ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଥିବା ନେଇ ଦଳୀୟ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.