Latest Odisha News

BREAKING NEWS

ରାଜଧାନୀରେ ଜୁଆ ଆଡ୍ଡା ଉପରେ ପୋଲିସ ଚଢଉ, ୧୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ-୧ ଅଞ୍ଚଳରେ ଥିବା ଲକ୍ଷ୍ମୀନୃସିଂହ ମନ୍ଦିର ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢଉ କରି ଘଟଣାସ୍ଥଳରୁ ୧୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ।

କୌଣସି ସୂତ୍ରରୁ ଖବର ପାଇ ପୋଲିସ ଜୁଆ ଆଡ୍ଡା ଉପରେ ଚଢଉ କରି ସଟ୍ଟା ଖେଳୁଥିବା ଅବସ୍ଥାରେ ୧୩ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ପୋଲିସ ଘଟଣାସ୍ଥଳରେ ତନଖି କରିବା ପରେ ସେଠାରୁ ତାସ୍ ସହିତ ନଗଦ ୧୯, ୯୨୭ ଟଙ୍କା ଜବତ କରିଛି ।

Leave A Reply

Your email address will not be published.