Latest Odisha News

BREAKING NEWS

ଋଷିକୂଲ୍ୟାରେ ବୁଡ଼ିଯାଇଥିବା ଜଣେ ବାଳକର ମୃତଦେହ ଉଦ୍ଧାର, ଅନ୍ୟ ଜଣକ ନିଖୋଜ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୀମପୁର ଗ୍ରାମ ଋଷିକୂଲ୍ୟା ନଦୀରେ ବୁଡି ଯାଇଥିବା ଏକ ବାଳକର ମୃତଦେହକୁ ଆଜି ଉଦ୍ଧାର କରାଯାଇଛି । ଜଳରେ ବୁଡ଼ିଯାଇଥିବା ଅନ୍ୟ ଜଣଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରିନାହିଁ ।

ମୃତକ ବାଳକଙ୍କ ନାମ ଶୁଭମ (୧୩) ବୋଲି ଜଣାପଡିଥିଲାବେଳେ ନଦୀରେ ଭାସିଯାଇଥିବା ଅନ୍ୟ ଜଣେ ବାଳକ ସଂଗ୍ରାମ ପ୍ରଧାନ (୧୭) ଏପର୍ଯ୍ୟନ୍ତ ନିଖୋଜ ରହିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ଭୀମପୁର ଗାଁର ଗୌତମ ପ୍ରଧାନଙ୍କ ଦୁଇ ପୁଅ ଶୁଭମ ଓ ସଂଗ୍ରାମ ଉଭୟ ନିକଟସ୍ଥ ନଦୀରେ ବୁଧବାର ଦିନ ଗାଧୋଉଥିବାବେଳେ କୌଣସି କାରଣବଶତଃ ଅଚାନକ ବୁଡିଯାଇଥିଲେ ।

ଅନ୍ୟପକ୍ଷରେ ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ପାଖାପାଖି ୧୦ ଜଣ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ସନ୍ଧାନ ମିଳିପାରିନଥିଲା ।

Leave A Reply

Your email address will not be published.