Latest Odisha News

BREAKING NEWS

ଜୁଆ ଆଡ୍ଡା ଉପରେ ବଡ଼ ଧରଣର ଚଢଉ: ୮୦ ଗିରଫ

ନୂଆପଡ଼ା: ଜୁଆ ଆଡ୍ଡା ଉପରେ ପୋଲିସର ବଡ଼ ଧରଣର ଚଢ଼ଉ। ଶନିବାର ବିଳମ୍ବିତ ସନ୍ଧ୍ୟାରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ DIG(SWR)ଙ୍କ ତତ୍ତ୍ୱବଧାନରେ ଏହି ଚଢାଉ ହୋଇଛି।

ଛତିଶଗଡ ସୀମା ନୂଆପଡା ଜିଲ୍ଲା ଜଙ୍କ ଥାନା ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ବଡ଼ ଧରରଣର ଚଢ଼ଉ କରିଛି। ଚଢ଼ଉ ସମୟରେ ପୋଲିସ ଘଟଣାସ୍ଥଳରୁ ୨୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିଛି।

ଏହାସହ ୮୦ ଜଣଙ୍କୁ ଗିରଫ କରିଛି ପୋଲିସ। ସେହିପରି ଘଟଣାସ୍ଥଳରୁ ୭୪ଟି ମୋବାଇଲ ଫୋନ ଏବଂ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Comments are closed.