Latest Odisha News

BREAKING NEWS

ହିଞ୍ଜିଳିରେ ଜୁଆ ଆଡ୍ଡା ଉପରେ ଚଢାଉ, ୧୫ ଗିରଫ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ଅନ୍ତର୍ଗତ ସାରୁ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଧରିଛି ପୋଲିସ। ଚଢାଉ କରି ୧୫ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହିତ ୧ ଲକ୍ଷ ୫୩ ହଜାର ଟଙ୍କା ଏବଂ ୧୮ଟି ଦାମୀ ମୋବାଇଲ ଫୋନ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଶନିବାର ରାତିରେ ସାରୁ ଗ୍ରାମରେ ଏକ ଅର୍ଦ୍ଧ ନିର୍ମିତ ଘରରେ ପେଶାଦାର ଜୁଆଡ଼ିଙ୍କ ଜୁଆ ଖେଳ ଚାଲିଥିବା ନେଇ ହିଞ୍ଜିଳି ଥାନା ପୋଲିସ ସୂଚନା ପାଇଥିଲା।

ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଏକ ଟିମ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ସେଠାରେ ଖେଳ ଚାଲିଥିଲା। ଗିରଫ ୧୫ ଜଣଙ୍କ ମଧ୍ୟରେ କେତେକ ସାରୁ ଗ୍ରାମର ହୋଇଥିବା ବେଳେ ଆଉ କେତେକ ନିକଟସ୍ଥ ଗ୍ରାମର ବୋଲି ଜଣାପଡିଛି।

ତେବେ ଏହି ଜୁଆ ଆଡ୍ଡା ସହ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଚାଲିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।

Leave A Reply

Your email address will not be published.