Latest Odisha News

BREAKING NEWS

କିଡ଼ନୀ ଚୋରି ମାମଲାର ଅଭିଯୁକ୍ତ ସ୍ୱାମୀ ଗିରଫ

ମାଲକାନଗିରି: କିଡ଼ନୀ ଚୋରି ମାମଲାରେ ସ୍ୱାମୀ ଗିରଫ । ମାଲକାନଗିରି କୋତାମେଟା ଥାନାରେ ଏ ନେଇ ଗିରଫ ଅଭିଯୁକ୍ତର ସ୍ତ୍ରୀ ରଶ୍ମିତା କୁଣ୍ଡୁ ଥାନାରେ ଏତଲା ଦେଇଥିଲେ। ଏତଲାର ୧୧ ଦିନ ପରେ ପୋଲିସ ପ୍ରଶାନ୍ତ କୁଣ୍ଡଙ୍କୁ ବାଙ୍ଗୋଲୋରରୁ ଗିରଫ କରିଛି। ପରେ କୋର୍ଟ ଚାଲାଣ କରିଛି। ରଞ୍ଜିତାଙ୍କ ସ୍ୱାମୀ ପ୍ରଶାନ୍ତ ପେଶାରେ ଜଣେ ଶିକ୍ଷକ ବୋଲି ଜଣାପଡିଛି। ଅଭିଯୋଗ ପରେ ସେ ଛୁଟିରେ ପଳାଇଥିଲେ। ଏମିତିକି ସେ ତାଙ୍କ ମୋବାଇଲ ଫୋନ୍ ସୁଇଚ ଅଫ୍ କରିଦେଇଥିଲେ।

ପୋଲିସ ଏବେ ପ୍ରଶାନ୍ତଙ୍କୁ ଗିରଫ କରିଛି। ତେବେ ତାଙ୍କ ସ୍ତ୍ରୀଙ୍କ କିଡନୀକୁ ସେ କାହାକୁ ବିକ୍ରି କରିଛନ୍ତି ଏଥିପାଇଁ ସେ କେତେ ଟଙ୍କା ପାଇଛନ୍ତି। ଏବଂ କିଏ କିଏ ଏହି ଚୋରି ମାମଲାରେ ସାମିଲ ଅଛନ୍ତି? ଏହି ଚୋରି ମାମଲା ପଛରେ କୌଣସି ରାକେଟ ସକ୍ରିୟ ରହିଛି କି ଇତ୍ୟାଦି ଅନେକ ପ୍ରଶ୍ନର ଉତ୍ତର ଖୋଜିବ ପୋଲିସ। ଏଥିସହ ରଞ୍ଜିତା ଯେଉଁ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତା’ର ତଦନ୍ତ କରିବ ପୋଲିସ।

୨୦୧୮ରେ ରଞ୍ଜିତାଙ୍କ କିଡ୍‌ନୀରେ ଷ୍ଟୋନ୍ ହୋଇଥିବା ଜଣାପଡିଥିଲା। ଏହାପରେ ଚାକିରି ନାଁରେ ତାଙ୍କ ସ୍ୱାମୀ ଏବଂ ନଣନ୍ଦ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ ବୋଲି ସୂଚନା ରହିଛି। ସେଠାରେ ରକ୍ତ ପରୀକ୍ଷା କରାଇବା ଆଳରେ କିଡ୍‌ନୀ କାଢି ନିଆଯାଇ ବିକ୍ରି କରାଯାଇଥିବା ଅଭିଯୋଗ କରିଥିଲେ ରଶ୍ମିତା। ଆଧାର କାର୍ଡରେ ନାଁ ପରିବର୍ତ୍ତନ କରାଇ କିଡନୀ ବିକ୍ରି ହୋଇଥିବା ମହିଳା ଜଣଙ୍କ ଅଭିଯୋଗ ଆଣିଥିଲେ। ଯେଉଁମାନେ ଜାଲ କାଗଜ ପତ୍ର ପ୍ରସ୍ତୁତ କରିଛନ୍ତି ଏବଂ କି଼ଡନୀ ଚୋରୀ ରାକେଟରେ ସାମିଲ ରହିଛନ୍ତି ସମସ୍ତଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସ୍ୱାମୀ ସ୍ତ୍ରୀର କିଡନୀ ବିକ୍ରି କରିଦେବା ମାମଲା ସାମ୍ନାକୁ ଆସିବା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ମହିଳାଙ୍କ ଡାହାଣ କିଡନୀ କାଢି ବିକ୍ରି କରାଯାଇଥିବା ମେଡିକାଲ ରିପୋର୍ଟରୁ ଜଣାପଡିଛି। ଯାହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା।

ରଞ୍ଜିତା ୧୨ ବର୍ଷ ତଳେ ପ୍ରଶାନ୍ତ କୁଣ୍ଡୁଙ୍କୁ ବିବାହ କରିଥିଲେ । ବିବାହ ପରେ ସ୍ୱାମୀ ଏବଂ ନଣନ୍ଦ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଛନ୍ତି।

Leave A Reply

Your email address will not be published.