Latest Odisha News

BREAKING NEWS

ଭାରତ-ଚୀନ ସୀମା ବିବାଦରେ ମୋଦିଙ୍କୁ ମନମୋହନଙ୍କ ଚିଠି

ନୂଆଦିଲ୍ଲୀ:ଗଲଓ୍ବାନ ଘାଟି ସଂଘର୍ଷ ଓ ଭାରତ-ଚୀନ ସୀମା ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ସେ କହିଛନ୍ତି, ୨୦ ଭାରତୀୟ ଯବାନଙ୍କ ବଦଳିଦାନ ବ୍ୟର୍ଥ ଯବନି । ଏହାସହ ମୋଦିଙ୍କୁ ସମାଲୋଚନା କରି ମନମୋହନ କହିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ କହିବା ବେଳେ ଶବ୍ଦର ଚୟନ ସାବଧାନ ସହକାରେ କରିବା ଦରକାର । କାରଣ ତାଙ୍କର ଘୋଷଣା ଦେଶର ସୁରକ୍ଷା, ସାମରିକ ତଥା ଅଖଣ୍ଡତା ବଜାୟ ରଖିବା ଉପରେ ପ୍ରଭାବ ପକାଇଥାଏ ।

ମନମୋହନ କହିଛନ୍ତି ଅପ୍ରେଲ ମାସରୁ ଚୀନ ଭାରତୀୟ ସୀମାର ଗଲଓ୍ବାନ ଘାଟି ଓ ପେଙ୍ଗୋଙ୍ଗ ସୁ ପଟରେ ଜବରଦସ୍ତି ପ୍ରବେଶ କରୁଛି । ଚୀନର ଏଭଳି କାରନାମାକୁ ଆମେ ଡରି ଯିବାନି କି ଭାରତର ଅଖଣ୍ଡତା ସହ କୌଣସି ସାଲିସ କରାଯିବନି । ମନମୋହନ କହିଛନ୍ତି, ଏବେ ଆମେ ସମସ୍ତେ ଏକଜୁଟ ହେବାର ସମୟ ଆସିଛି। ପୁରା ଦେଶ ଏକ ହୋଇ ଚୀନ ଦୁଃସାହସକ କଡ଼ ଜବାବ ଦେବାକୁ ହେବ ।

Leave A Reply

Your email address will not be published.