Latest Odisha News

ଅମିତାଭ, ଟାଇଗରଙ୍କ ଗଣପତ ଦଶହରାରେ ହେବ ରିଲିଜ

ମୁମ୍ବାଇ: ଅମିତାଭ ବଚ୍ଚନ ଓ ଟାଇଗର ଶ୍ରଫ ଅଭିନୀତ ବହୁ ପ୍ରତୀକ୍ଷିତ ଗଣପତ ଦଶହରାରେ ରିଲିଜ ହେବ । ମେକର୍ସ ପୂଜା ଏଂଟରଟେନମେଂଟ ପକ୍ଷରୁ ବୁଧବାର ଏହି ଘୋଷଣା କରାଯାଇଛି । ୨୦ ଅକ୍ଟୋବର ୨୦୨୩ରେ ୫ଟି ଭାଷାରେ ଗଣପତି ରିଲିଜ ହେବ । ଏ ନେଇ ଏକ ଭିଡିଓ ମଧ୍ୟ ଜାରୀ କରାଯାଇଛି । ଟାଇଗର ଓ କୃତି ସେନନଙ୍କ ଏହି ଫିଲ୍ମରେ ଭରପୂର ଆକ୍ସନ ରହିଛି । ଏହା ଭାରତର ପ୍ରଥମ ଡାୟଷ୍ଟୋପିୟାନ ଆକ୍ସନ ଥ୍ରୀଲର ହେବ । ପ୍ରଡ୍ୟୁସର ଜ୍ୟାକି ଭଗନାନୀଙ୍କ ଅନୁସାରେ ମୁଁ ସର୍ବଦା ଫିଲ୍ମ ମାଧ୍ୟମରେ ଏକ ସ୍ୱପ୍ନର ଦୁନିଆ ଦେଖିଥାଏ ।

ଗଣପତ ଦର୍ଶକମାନଙ୍କୁ କେବେ ବି ନିରାଶ କରିବ ନାହିଁ ବୋଲି ସେ ଦୃଢ଼ ଆଶା ପୋଷଣ କରିଛନ୍ତି । ଟାଇଗରଙ୍କ ଫିଲ୍ମରେ ଦର୍ଶକମାନେ ରୋମାନ୍ସ ଏବଂ ଆକ୍ସନକୁ ଭରପୂର ଉପଭୋଗ କରିଥାନ୍ତି । ଟାଇଗର ପ୍ରଥମ ଥର ପାଇଁ ଅମିତାଭଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି । ଏଥିନେଇ ସେ ବେଶ ଉତ୍ସାହିତ ଥିବା କହିଛନ୍ତି ।

Leave A Reply

Your email address will not be published.