କଟକ : ଆଜି ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । କଟକର ବିଭିନ୍ନ ସ୍ଥାନରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ନୂଆବଜାର ସ୍ଥିତ କୁଷ୍ଠାଶ୍ରମ ପରିସରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଚୌଦ୍ୱାର କଟକ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏବଂ ଦଳର କର୍ମକର୍ତ୍ତାମାନଙ୍କ ଦ୍ଵାରା ଆଶ୍ରମ ପରିସରରେ ସଫା କରାଯିବା ସହ ବୃକ୍ଷରୋପଣ ମଧ୍ୟ କରଯାଇଥିଲା।
ସେହିଭଳି ପୁରୀଘାଟ ସ୍ଥିତ ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ବାରବାଟୀ କଟକ ପୁର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ରାଜ୍ୟସଭା ସାଂସଦ ସୁବାଷ ସିଂ,କଟକ ସାଂସଦ ଭର୍ତ୍ତୁହରି ମହତାବଙ୍କ ସମେତ ଦଳର ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ । ଗୌରୀଶଙ୍କର ପାର୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। କୋଭିଡ୍ କଟକଣା ମଧ୍ୟରେ ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଛି।
କୃଷକ ଦୁର୍ଦ୍ଦଶାର ଶିକାର ହେଉଥିବାବେଳେ କେନ୍ଦ୍ର ସରକାର ନ୍ୟାୟ ଦେବାରେ ବିଫଳ ହୋଇଥିବାରୁ ପୁରୀଘାଟ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ ଉତ୍କଳ ଖଦିମଣ୍ଡଳ।। କଟକ ଜିଲା ପ୍ରଶାସନ ପକ୍ଷରୁ ପୁରୀ ଘାଟସ୍ଥିତ ସ୍ୱରାଜ ଆଶ୍ରମରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି।
ସର୍ବଦଳୀୟ ନେତା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିଶନର ଅନନ୍ୟା ଦାସ, କଟକ ସାଂସଦ ସୁବାଷ ସିଂହ, ବିଧାୟକ ମହମ୍ମଦ ମୋକିମ୍ ପ୍ରମୁଖ ଅଧିକାରୀ ଉପସ୍ଥିତ ରହି ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିଲେ ।
Comments are closed.