Latest Odisha News

BREAKING NEWS

ଗାନ୍ଧୀ ଜୟନ୍ତୀ ଅବସରରେ ଫିଲ୍ମ ‘ଗଡ୍‌ସେ’ ନିର୍ମାଣ ନେଇ ମହେଶ ମଞ୍ଜରେକରଙ୍କ ଘୋଷଣା

ମୁମ୍ବାଇ: ଆଜି ଅକ୍ଟୋବର ୨, ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜନ୍ମ ବାର୍ଷିକୀ। ଏହି ବିଶେଷ ଅବସରରେ ସନ୍ଦୀପ ସିଂ ,ମହେଶ ମଞ୍ଜରେକର ଏବଂ ରାଜ ଶାନ୍ଦିଆଲିଆ ମିଳିତ ଭାବେ ଏକ ନୂଆ ଚଳଚ୍ଚିତ୍ର ଘୋଷଣା କରିଛନ୍ତି।ଏହି ଚଳଚ୍ଚିତ୍ରଟି ମହାତ୍ମା ଗାନ୍ଧୀଙ୍କ ହତ୍ୟା ପଛରେ ଥିବା ନାଥୁରାମ ଗଡ୍‌ସେଙ୍କ ଉପରେ ନିର୍ମାଣ ହେବ।

ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ଅକ୍ଟୋବର ୨ ରେ ସନ୍ଦୀପ ସିଂ, ମହେଶ ମଞ୍ଜରେକର ଏବଂ ରାଜ ଶାନ୍ଦିଆଲିଆଙ୍କ ଆଗାମୀ ଚଳଚ୍ଚିତ୍ର ଗଡସେ ପାଇଁ ହାତ ମିଳାଇଛନ୍ତି। ଏହି ଚଳଚ୍ଚିତ୍ରଟି ସନ୍ଦୀପ ସିଂଙ୍କ ପ୍ରଡକ୍ସନ୍ ହାଉସ୍ ଲିଜେଣ୍ଡ ଗ୍ଲୋବାଲ୍ ଷ୍ଟୁଡିଓ ଏବଂ ରାଜ ଶାନ୍ଦିଲିଆଙ୍କ ପ୍ରଡକ୍ସନ୍ ହାଉସ୍ ଥିଙ୍କଇନ୍ ପିକ୍ଚରେଜ୍ ଦ୍ୱାରା ନିର୍ମିତ ହେବ। ମହେଶ ମଞ୍ଜରେକର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ବରେ ରହିବେ।

Leave A Reply

Your email address will not be published.