Latest Odisha News

BREAKING NEWS

ଗାନ୍ଧିଜୀ ଓ ଲବଣ ସତ୍ୟାଗ୍ରହ

ଭୁବନେଶ୍ୱର: ୧୮୩୫ ମସିହାରେ ଇଂରେଜମାନେ ଲୁଣ ମାରିବା ଉପରେ ରୋକ ଲଗେଇଲେ । ଲୋକେ ଲୁଣ ମାରି ପାରିବେ ନାହିଁ ଏପରି ଏକ ଆଇନ କଲେ । କେବଳ ଇଂରେଜମାନେ ହିଁ ଲୁଣ ମାରିବା ପରେ ଏହାକୁ ବିକ୍ରି କରିବା ନିୟମ ଲାଗୁ ହେବାରୁ ଲୋକଙ୍କ ପକ୍ଷରେ ଏହା କିଣିବା ସମ୍ଭବ ହେଲାନି । ଏପରିକି ଭାରତୀୟମାନେ ଲୁଣ ବିକିବା ବେଆଇନ କାମ ଭାବେ ବିବେଚନା କରାଗଲା ।

ଇଂରେଜମାନଙ୍କ ବ୍ୟତୀତ ଯଦି ଅନ୍ୟ କେହି ଲୁଣ ମାରିଲେ କିମ୍ବା ବିକ୍ରି କଲେ ତେବେ ସେମାନଙ୍କୁ ୬ ମାସର ଜେଲ ଦଣ୍ଡ ଦିଆଗଲା । ଗାନ୍ଧୀଜୀଙ୍କୁ ଏହା ଠିକ୍ ଲାଗିଲାନି । ସେ ଏହାକୁ ବିରୋଧ କରିଲେ । କାରଣ ଲୁଣ ହିଁ ଆମ ଖାଦ୍ୟ ସ୍ୱାଦ ବଢାଇଥାଏ । ଏପରିକି ଆମ ଶରୀର ପାଇଁ ବି ଲୁଣର ଆବଶ୍ୟକତା ରହିଛି । ଅହମ୍ମଦାବାଦର ଗାନ୍ଧୀ ଆଶ୍ରମରୁ ଗୁଜୁରାଟର ଦାଣ୍ଡିକୁ ପଦଯାତ୍ରା କରିଥିଲେ । ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଗାନ୍ଧିଜୀ ଓ ତାଙ୍କ ସାଥୀମାନେ ଦାଣ୍ଡି ଅଭିମୁଖେ ବାହାରିଥିଲେ । ଅମହମ୍ମଦାବାଦରୁ ଦାଣ୍ଡି ପ୍ରାୟ ୨୪୦ କିଲୋମିଟର ରାସ୍ତାକୁ ଗାନ୍ଧୀଜୀ ଏହି ପଦଯାତ୍ରା କରୁଥିବା ବେଳେ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଲୋକ ତାଙ୍କ ସହ ସାମିଲ ହୋଇଥିଲେ ।

ଲକ୍ଷ୍ୟ ଥିଲା ଲୁଣ ଉପରେ ଲାଗିଥିବା ଟିକସ ହଟାଇବା ଓ ଭାରତୀୟଙ୍କୁ ଲୁଣ ମାରିବା ଓ ବିକ୍ରି ଉପରେ ଲାଗିଥିବା ରୋକ ହଟାଇବା । ଅହମ୍ମଦାବାଦରୁ ହାଣ୍ଡି ପହଞ୍ଚିବା ପାଇଁ ପ୍ରାୟ ତିନି ସପ୍ତାହ ଲାଗି ଥିଲା ।
ଦାଣ୍ଡିରେ ପହଞ୍ଚିବା ପରେ ସମୁଦ୍ର କୂଳରେ ଠିଆ ହୋଇ ହାତରେ ମୁଠେ ଲୁଣ ଧରି ଗାନ୍ଧିଜୀ ଶପଥ କରିଥିଲେ ଯେ, ମୁଠେ ଲୁଣର ସହାୟତାରେ ମୁଁ ବ୍ରିଟିଶ ଶାସନକୁ ଦୋହଲାଇଦେବି । ଲବଣ ସତ୍ୟାଗ୍ରହରେ ସାମିଲ ହୋଇ ଗାନ୍ଧିଜୀଙ୍କ ସମେତ ପ୍ରାୟ ୮୦ ହଜାର ଭାରତୀୟଙ୍କୁ ଜେଲରେ ରଖାଗଲା । ଶେଷରେ ମୁଣ୍ଡ ନୁହାଁଇଥିଲେ ଗୋରା ସାହେବମାନେ ।

ଅନ୍ୟାୟ ବିରୋଧରେ ଲଢି ଲବଣ ସତ୍ୟାଗ୍ରହରେ ନିଜ ଅଧିକାର ଫେରିପାଇବା ହିଁ ପ୍ରେରଣା ଯୋଗାଇଥିଲା ଦେଶ ସ୍ୱାଧୀନ ହେବାରେ । ଏହି ଛୋଟ ଆନ୍ଦୋଳନ ଜରିଆରେ ଗାନ୍ଧିଜୀ ବାର୍ତ୍ତା ଦେଇଥିଲେ ଯେ ଏକଜୁଟ ହୋଇ କାମ କଲେ ସବୁକିଛି ସମ୍ଭବ ।

Comments are closed.