Latest Odisha News

BREAKING NEWS

ଗଣେଶ ଭଷାଣି ଉତ୍ସବରେ ହାତାହାତି: ଜଣେ ମୃତ, ୧୦ ଆହତ

ନୟାଗଡ: ଗଣେଣ ମୂର୍ତ୍ତି ଭସାଣି ବେଳେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତର କରଡ଼ାପଲ୍ଲୀ ଏବଂ ପାଥପୁର ଗ୍ରାମରେ ଦୁଇ ଗ୍ରାମର ଯୁବକଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୧୦ ଜଣ ଆହତ ହୋଇଥିବା ସୂଚନା ରହିଛି । ମୃତକ ହେଲେ ହରିହର ସ୍ୱାଇଁ ।

ରବିବାର ରାତି ପ୍ରାୟ ୧୦ଟା ସମୟରେ ପାଥପୁର ଏବଂ କରଡ଼ାପଲ୍ଲୀ ଗ୍ରାମରେ ଗଣେଶ ଠାକୁରଙ୍କ ଭଷାଣି ପର୍ବ ଅନୁଷ୍ଠିତ ହେଉଥିଲା । ଏହି ସମୟରେ ଡିଜେକୁ ନେଇ ଉଭୟ ଗାଁର ଯୁବକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । କରଡ଼ାପଲ୍ଲୀ ଗ୍ରାମ ଠାକୁରଙ୍କ ଡିଜେ ବାଜାର ଅତ୍ୟଧିକ ସାଉଣ୍ଡ ନେଇ ପାଥପୁର ଗ୍ରାମର କିଛି ଯୁବକ ବାରଣ କରିଥିଲେ। ଫଳରେ ଦୁଇ ଗ୍ରାମର ଯୁବକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା ।

କରଡ଼ାପଲ୍ଲୀ ଗ୍ରାମର ରଶ୍ମିରଂଜନ ସ୍ବାଇଁଙ୍କ ଉପରେ ଆକ୍ରମଣ ବେଳେ ତାଙ୍କ ବାପା ହରିହର ସ୍ୱାଇଁ ଛଡାଇବାକୁ ଆସିଥିବାବେଳେ ଆସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ଓ ତଳେପଡି ମୃତ୍ୟୁବରଣ କରିଥିଲେ । ସଂଘର୍ଷରେ ଉଭୟ ଗାଁର ୧୦ ଜଣ ଆହତ ହୋଇଛନ୍ତି ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବରପାଇ ଫତେଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ଏହାପରେ ଉଭୟ ଗାଁରେ ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ କରାଯାଇଛି ।

Comments are closed.