Latest Odisha News

ଦୁଃସାହସିକ କ୍ରୀଡ଼ା ସଂସ୍ଥା ‘ଆଶା’ର ସମ୍ପାଦକ ଗଣେଶ ଜେନା ବେଙ୍ଗାଲୁରୁରେ ଦେଲେ ପ୍ରଶିକ୍ଷଣ

ଭୁବନେଶ୍ବର: ପଶ୍ଚିମବଙ୍ଗ ବାଙ୍କୁଡା ଜିଲ୍ଲାର ମୁକୁଟ ମଣିପୁରଠାରେ ଡିସେମ୍ବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଅଙ୍ଗନ ଚାରିୟେ ନେଚର୍‌ ଷ୍ଟଡି ଆଣ୍ଡ୍ ରକ୍‌ କ୍ଲାଇମ୍ବିଂ ଶିବିରକୁ ସଫଳତାର ସହ ପରିଚାଳନା କରି ଫେରିଛନ୍ତି ଏହି ଦୁଃସାହସୀ କ୍ରୀଡ଼ାବିତ୍‌।

୪ ଦିନିଆ ଏହି ଶିବିରରେ ବିଭିନ୍ନ ବୟସ ବର୍ଗର ୪୮ ଜଣ ପିଲା ଭାଗ‌ ନେଇଥିଲେ। ୬ରୁ ୮ ବର୍ଷ ପିଲାଙ୍କୁ ନେଚର୍ ଷ୍ଟଡି, ୯ରୁ ୧୨ ବର୍ଷର ପିଲାଙ୍କୁ ରକ୍ କ୍ଲାଇମ୍ବିଂ ଏବଂ ୧୨ରୁ ୧୬ ବର୍ଷର ପିଲାଙ୍କୁ ଆଡଭାନ୍‌ସ ପର୍ବତାରୋହଣ ପଦ୍ଧତି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

ଗଣେଶ ନିୟମିତ ଭାବେ ଏହି ଶିବିରରେ ଅନ୍ୟତମ ପ୍ରଶିକ୍ଷକ ଭାବେ ଯୋଗ ଦେଉଥିଲେ ମଧ୍ୟ ଚଳିତ ବର୍ଷ ଏହା ଆହ୍ବାନଭରା ଥିଲା ବୋଲି କହିଛନ୍ତି। “ଚଳିତ ବର୍ଷ ଏହି ସଂସ୍ଥାର ମୁଖ୍ୟ ସଂଚାଳକ ଏଭେରେଷ୍ଟ୍ ବିଜେତା ଦୀପଙ୍କର ଘୋଷ ଏଭେରେଷ୍ଟରେ ପ୍ରାଣ ହରାଇଥିବାରୁ ମୋତେ ଏହ‌ି ଶିବିରକୁ ପରିଚାଳନାର ଗୁରୁଦାୟିତ୍ବ ପଡ଼ିଥିଲା”।

“ତଥାପି ସଫଳତାର ସହ ଶିବିରକୁ ସମାପନ କରିବା ସହ ଅନେକ କିଛି ଶିକ୍ଷା କରିଛି” ବୋଲି ଓଡ଼ିଶାର ସର୍ବପୁରାତନ ଦୁଃସାହସିକ କ୍ରୀଡ଼ା ସଂସ୍ଥା ‘ଆଶା’ ର ସମ୍ପାଦକ ଶ୍ରୀ ଜେନା ପ୍ରକାଶ କରିଥିଲେ।

Comments are closed.