Latest Odisha News

BREAKING NEWS

ବଲାଙ୍ଗିରର ପ୍ରସିଦ୍ଧ ଶୁଳିଆ ଯାତ୍ରା ଆରମ୍ଭ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୁଳିଆ ଯାତ୍ରା ମଙ୍ଗଳବାର ଦିନ ଠାରୁ ଆରମ୍ଭ ହେଉଛି। ଚଳିତ ବର୍ଷ ୩ଦିନ ଧରି ଚାଲିବ ଏହି ମ‌ହୋତ୍ସବ।

ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ଖଇରଗୁରା ଓ କୁମୁରିଆ ଗ୍ରାମର ଆଦିବାସୀମାନେ ପାରମ୍ପରିକ ରୀତିନୀତିରେ ଶୁଳିଆ ଯାତ୍ରା ଅବସରରେ ହଜାର ହଜାର ସଂଖ୍ୟାରେ ପଶୁବଳି ଦେଇଥାନ୍ତି।

ଗତକାଲି ନିଶାର୍ଦ୍ଧରେ ପାରମ୍ପରିକ ରୀତିନୀତିରେ  ‘ନିଶି ପୂଜା’ ନାମକ ଏକ ପୂଜା ଅନୁଷ୍ଠିତ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଶୁଳିଆ ପୀଠର ବଡ ଖଳା ଓ ସାନ ଖଳାରେ ପରମ୍ପରା ଅନୁସାରେ ହଜାର ହଜାର ସଂଖ୍ୟାରେ ପଶୁ-ପକ୍ଷୀ ବଳି ଦିଆଯିବା ନେଇ ସୂଚନା ମିଳିଛି ।

ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶହଶହ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବା ସହ ଶ୍ରଦ୍ଧାଳୁମାନେ ବଡ ଧୂମଧାମରେ ଶୁଳିଆ ପୂଜାରେ ଦେବାଦେବୀଙ୍କ ଆରାଧନା କରିଥାନ୍ତି ।

ଏହି ଶୁଳିଆ ଯାତ୍ରା ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ତେବେ ଓଡିଶା ହାଇକୋର୍ଟ ଦ୍ୱାରା ଶୁଳିଆ ପୀଠରେ ପଶୁବଳି ଦିଆଯିବା ନେଇ ପ୍ରତିବନ୍ଧକ ଲଗାଇବା ତଥା ଜିଲ୍ଲା ପ୍ରଶାସନର ବାରମ୍ବାର ପ୍ରୟାସ ସତ୍ୱେ ଏଠାରେ ପଶୁବଳି ପ୍ରଥା ଜାରି ରହିଛି।

Leave A Reply

Your email address will not be published.