Latest Odisha News

ଆସନ୍ତୁ ଜାଣିବା କେଉଁଠାରେ ଗଣେଶଙ୍କ ପ୍ରତିମା ବଢ଼ିବାରେ ଲାଗିଛି

ଚିତୋର: ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲାର ଇରାଲା ମଣ୍ଡଳରେ ଗଣେଶ ମହାପ୍ରଭୂଙ୍କ ମନ୍ଦିର ଅଛି । ବାହୁଦା ନଦୀ କୂଳରେ ଥିବା ଏହି ମନ୍ଦିରରେ ପୂଜାର୍ଚ୍ଚାନା କଲେ ରୋଗ ବୈରାଗ ଓ ପାପ ନାଶ ହୁଏ । ତିରୁପତି ମନ୍ଦିର ଯିବା ପୂର୍ବରୁ ଭକ୍ତମାନେ ଏଠାକୁ ପ୍ରଥମେ ଆସିଥାନ୍ତି । ୧୧ଶ ଶତାବ୍ଦୀରେ ନିର୍ମିତ ହୋଇଥିବା କନିପକ୍କମ ମନ୍ଦିରର ଗଣେଶଙ୍କ ପ୍ରତିମା ସମୟ ଅନୁସାରେ ବଡ ହେବାରେ ଲାଗିଛି । ବିଶ୍ୱାସ ନ ହେଲେ ମଧ୍ୟ ସ୍ଥାନୀୟ ଲୋକ ଏ ନେଇ ଯୁକ୍ତି ବାଢ଼ିଥାନ୍ତି । ବିଶେଷ କରି ପାଦ ଏବଂ ହାତ ବଢ଼ିଥାଏ ।

୫୦ ବର୍ଷ ତଳେ ଲକ୍ଷ୍ମୀଆମ୍ମା ନାମକ ଏକ ମହିଳା କଙ୍ଗଣ ଦିଅଁକୁ ଦାନ କରିଥିଲେ । ଯାହା କି ଏବେ ଛୋଟ ହେଉଛି । ମାନ୍ୟତା ଅନୁସାରେ ଏଠାରେ ବହୁତ ବର୍ଷ ତଳେ ୩ ଭାଇ ରହୁଥିଲେ । ସେମାନେ ଅନ୍ଧ, ମୂକ ଓ ବଧିର ଥିଲେ । ଚାଷ କରିବା ପାଇଁ ସେମାନେ କୂଅ ଖୋଳିବା ଆରମ୍ଭ କରିଥିଲେ । ସେଠାରୁ ପ୍ରଥମେ ପାଣି ଏବଂ ପରେ ଗଣେଶଙ୍କ ପ୍ରତିମା ମିଳିଥିଲା । ଏହା ପରେ ୩ ଭାଇଙ୍କ ସମସ୍ୟା ମଧ୍ୟ ଦୂର ହୋଇ ଯାଇଥିଲା । ଚୋଳ ରାଜା କୂଳଠୁଗା ମନ୍ଦିର ନିର୍ମାଣ କରିଥିଲେ । ୧୩୩୬ରେ ବିଜୟନଗର ବଂଶର ଜନୈକ ରାଜା ଏହାର ପୁନଃଉଦ୍ଧାର କରିବା ସହ ମନ୍ଦିରକୁ ବଡ କରିଥିଲେ ।

Comments are closed.