Latest Odisha News

BREAKING NEWS

ରାଜଧାନୀରେ କରୋନା ରୋଗୀଙ୍କ ପାଇଁ ପେଡ୍ ଆଇସୋଲେସନ ବ୍ୟବସ୍ଥା

ଭୁବନେଶ୍ୱର: ରାଜଧାନୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପେଡ୍ ଆଇସୋଲେସନ ବ୍ୟବସ୍ଥା ଆରମ୍ଭ ହୋଇଛି । ଯଦି କେହି କରୋନା ପଜିଟିଭ୍ ରୋଗୀ ଏଠାରେ ରହିବାକୁ ଚାହିଁବେ ତେବେ ନିଜସ୍ୱ ଖର୍ଚ୍ଚରେ ରହିପାରିବେ । ପ୍ରଥମ ପର୍ଯ୍ୟାୟରେ ତିନିଟି ହୋଟେଲରେ ପେଡ୍ ଆଇସୋଲେସନର ବ୍ୟବସ୍ଥା ହୋଇଛି ।

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଜଣେ କରୋନା ରୋଗୀ ଏଠାରେ ୧୦ ଦିନ ରହିପାରିବ । ଏଠାରୁ ବାହାରିବା ପରେ ସପ୍ତାହେ ଘରେ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ତେବେ ରହିବା ପୂର୍ବରୁ ଅଗ୍ରୀମ ୫୦ ପ୍ରତିଶତ ଟଙ୍କା ଦାଖଲ କରିବେ । ଏମାନଙ୍କୁ ଦେଖାଶୁଣା କରିବା ପାଇଁ ଡାକ୍ତରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । କିଛି ଅସୁବିଧା ହେଲେ ରୋଗୀମାନେ ଟେଲିଫୋନରେ ଡାକ୍ତରଙ୍କ ସହ ଯୋଗାଯୋଗ କରିପାରିବେ । ଯଦି ଶରୀର ଅଧିକ ଅସୁସ୍ଥ ହୋଇପଡେ ଡାକ୍ତର ସେମାନେ ଚେକ୍ ଅପ୍ କରିବାକୁ ଆସିବେ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.