Latest Odisha News

BREAKING NEWS

ବନ୍ଧାହେଲେ ୫ ବିହାରୀ ଠକ ଗ୍ୟାଙ୍ଗ; ନକଲି ବାବା ସାଜି ସୁନା ଲୁଟୁଥିଲେ…

ସୁନ୍ଦରଗଡ: ଧରାପଡିଲେ ବିହାରୀ ଠକ ଗ୍ୟାଙ୍ଗ । ଗିରଫ ସମସ୍ତ ୫ ଜଣ ବିହାର ଔରଙ୍ଗାବାଦ୍ ଅଞ୍ଚଳ ର । ନକଲି ବାବା ସାଜି ଗାଁ ଗହଳିର ନିରୀହ ଲୋକଙ୍କୁ ଲୁଟୁଥିଲେ। ସୁନ୍ଦରଗଡ଼ ସଦର ଥାନା ଲଙ୍କାହୁଡ଼ା ଗାଁରେ ଘଟିଛି ଏଭଳି ଘଟଣା ।ସମସ୍ତଙ୍କୁ ସୁନ୍ଦରଗଡ ସଦରଥାନା ଅଞ୍ଚଳରୁ ଗିରଫ କରାଯାଇଛି । ପୋଲିସ ଲକ୍ଷାଧିକ ଟଙ୍କାର ସୁନାଗହଣା ସମେତ ନଗଦ ୩୬ ହଜାର ଟଙ୍କା ଜବତ କରିଛି । ଅନେକ ଦିନ ଧରି ସଦର ଥାନା ଅଂଚଳରେ ଲୋକଙ୍କୁ ଠକି ସୁନାଗହଣା ଓ ଟଙ୍କା ଲୁଟି ନେଉଥିଲେ।

ଗତକାଲି ପାଞ୍ଚ ଜଣ ଅଜଣା ବ୍ୟକ୍ତି ଧୋତି-ଗାମୁଛା ପିନ୍ଧି, ଚିତା ଲଗାଇ ସିଦ୍ଧ ପଣ୍ଡିତ ଭାବେ ଗାଁର ଗୋବର୍ଦ୍ଧନ ଓରାମଙ୍କ ଘରେ ପ୍ରବେଶ କରିଥିଲେ। ହିନ୍ଦୀରେ କଥାବାର୍ତ୍ତା କରି ଘରେ ଗ୍ରହଦଶା ଓ ବିପଦ ଥିବା କହି ଗୋବର୍ଧନଙ୍କ ପରିବାରକୁ ଭୟଭୀତ କରିଥିଲେ। ଗୋବର୍ଦ୍ଧନଙ୍କ ସ୍ତ୍ରୀଙ୍କୁ ନିଜ ପରିବାରପ୍ରତି ବିପଦ ଥିବା ଦର୍ଶାଇ ତାଙ୍କ ଠାରୁ ଟଙ୍କା ଓ ଗହଣା ଦାବି କରିଥିଲେ। ସୁନା ଦେବାରେ ଅସମର୍ଥତା ପ୍ରକାଶ କଲା ପରେ ଛୁଆକୁ ହାନୀ ଘଟାଇବା ପାଇଁ ଧମକ ଦେଇଥିଲେ । ଏହା ପରେ ଗୋବର୍ଦ୍ଧନ ସ୍ତ୍ରୀ ର କାନ ଫୁଲ ଦେଇଥିଲେ । ଏହା ସହ ଆହୁରି ଦୁଇ ଜଣ ବାବା ବେଶଧାରୀ ସେଠାକୁ ଆସି ଧମକ ଚମକ ଦେଇଥିଲେ ।

ଏହା ପରେ ଗୋବର୍ଦ୍ଧନ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୁନ୍ଦରଗଡ଼ ଏସପିଙ୍କ ନିର୍ଦ୍ଦେଶ କ୍ରମେ ତିନୋଟି ପୋଲିସ ଟିମ ବିଭିନ୍ନସ୍ଥାନରେ ଚଢ଼ଉ କରି ସମ୍ପୃକ୍ତ ଠକ ଗ୍ୟାଙ୍ଗକୁ ଗିରଫ କରିଥିଲା।

 

Leave A Reply

Your email address will not be published.