ଭୁବନେଶ୍ୱର: ଆର୍ଟିଫିସିଆଲ ଇଂଟେଲଜେନ୍ସି ଏବେ ସମସ୍ତ ବିଭାଗରେ କବଜା କରିବା ଆରମ୍ଭ କରିଛି । ଭଲ ଓ ମନ୍ଦର ଦୋ ଛକି ବିଚାରରେ ୟୁଜର୍ସମାନେ କିନ୍ତୁ ଏହାକୁ ବ୍ୟବହାର କରିବାକୁ ପଛାଉ ନାହାନ୍ତି । ପ୍ରଫେଟିକ ଏଆଇ ନାମକ ଏକ କମ୍ପାନୀ ସ୍ୱପ୍ନକୁ ନିୟନ୍ତ୍ରଣ କରିବା ଭଳି ଡିଭାଇସ ପ୍ରସ୍ତୁତ କରିଛି । ଏହି ଡିଭାଇସ ମାଧ୍ୟମରେ ସ୍ୱପ୍ନକୁ ନିୟନ୍ତ୍ରଣ କରାଯାଇ ପାରିବ । ଜଣେ ବ୍ୟକ୍ତି ସ୍ୱପ୍ନ ଦେଖିବା ବେଳେ ଏହି ଡିଭାଇସ ସୂଚେଇ ଦେବ । ଯଦି ୟୁଜର୍ସ ଚାହିଁବ ତାର ସ୍ୱପ୍ନକୁ ବଦଳାଇ ପାରିବ ।
ଏହି ଡିଭାଇସକୁ ମୁଣ୍ଡରେ ପିନ୍ଧି ଶୋଇବାକୁ ପଡିବ । ଏହାର ସୁରକ୍ଷିତ ଅଲଟ୍ରାସୋନିକ ଉର୍ଜା ମସ୍ତିଷ୍କର ପ୍ରିଫ୍ରଂଟାଲ କଂଟ୍ରେକ୍ସ ପର୍ଯ୍ୟନ୍ତ ସୂଚନା ପଂହଚାଇ ପାରିବ । ଇଇଜି ସେନ୍ସର ମସ୍ତିଷ୍କକୁ ପଢ଼ିବା କ୍ଷମତା ରଖିଛି । ପ୍ରଫେଟିକ ଏଆଇ ଦାବୀ କରିଛି ଯେ, ଏହା ମସ୍ତିଷ୍କକୁ କିଛି ମାତ୍ରରେ ନିୟନ୍ତ୍ରଣ କରିପାରିବ । ରିପୋର୍ଟ ମୁତାବକ ଏହି ଡିଭାଇସର ମୂଲ୍ୟ ୪୩୦୦୦ ଟଙ୍କା ରଖାଯାଇଛି । ଚଳିତ ବର୍ଷ ଶେଷ ଭାଗରେ ଏହା ମାର୍କେଟରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।