Latest Odisha News

BREAKING NEWS

ଘରୋଇ ସ୍କୁଲରେ ଗଣଦୁଷ୍କର୍ମ ଅଭିଯୋଗ, ୪ ଶିକ୍ଷକ ଓ ଜଣେ ପିଅନ ଗିରଫ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଏକ ଘରୋଇ ସ୍କୁଲ୍‌ ରେ ଲଜ୍ଜାଜନକ ଘଟଣା । ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଭିତରେ ଜଣେ ଶିକ୍ଷୟିତ୍ରୀ, ୩ ଶିକ୍ଷକ ଓ ଜଣେ ପିଅନ ଗିରଫ ହୋଇଛନ୍ତି । ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ଗିରଫ ଅଭିଯୁକ୍ତମାନେ ହେଲେ ଶିକ୍ଷକ ଚନ୍ଦନ କୁମାର ପୃଷ୍ଟି (୩୭), ବିଶ୍ୱରଞ୍ଜନ ସାହୁ (୩୧), ରଶ୍ମିକାନ୍ତ ବିଶ୍ୱାଳ (୪୭), ମିନତୀ ବାଇ (୩୪) ଓ ପିଅନ ରଶ୍ମିରଞ୍ଜନ ରଣା (୩୨)।

ସୂଚନାଯୋଗ୍ୟ, ନାବାଳିକା ଛାତ୍ରୀଙ୍କୁ ଗତ ୪ ବର୍ଷ ଧରି ଦୁଷ୍କର୍ମ କରୁଥିଲେ ସ୍କୁଲର ୪ ଶିକ୍ଷକ ଓ ଜଣେ ପିଅନ । ଜଣେ ଶିକ୍ଷୟିତ୍ରୀ ଏମାନଙ୍କୁ ସହଯୋଗ କରୁଥିଲେ । ଚତୁର୍ଥରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରଖିଥିଲେ ଶାରୀରିକ ସଂପର୍କ । ସାଇନ୍ସ ଲ୍ୟାବରେ କ୍ୟାମେରା ଅଫ୍ କରି ଛାତ୍ରୀଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ । ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ । ଏନେଇ ଛାତ୍ରୀ ଜଣକ ବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ଜଣାଇଥିଲେ ।

ହେଲେ ସ୍କୁଲ ପ୍ରିନ୍ସିପାଲ ଏହାକୁ ଗୁରୁତ୍ୱ ଦେଉ ନଥିଲେ । ଅଭିଯୁକ୍ତ ଶିକ୍ଷକମାନେ ଛାତ୍ରୀଙ୍କୁ ଧମକ ଦେଉଥିଲେ ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ । ଯଦି କାହାକୁ ଘଟଣା ସମ୍ପର୍କରେ କହିବେ ତେବେ ଛାତ୍ରୀଙ୍କ ସାନ ଭାଇ ଓ ତାକୁ ଜୀବନରୁ ମାରିଦେବେ । ଫଳରେ ଛାତ୍ରୀ ଜଣକ ନିରବ ରହୁଥିଲେ ବୋଲି ପୋଲିସ ତଦନ୍ତ କରି ଜାଣିବାକୁ ପାଇଛି ।

ଅଭିଯୁକ୍ତମାନଙ୍କ ବିରୋଧରେ ରାଜକନିକା ଥାନା କେସ ନଂ. ୫୪/୨୦୨୬ ଭାରତୀୟ ନ୍ୟାୟ ସଂହିତାର ଦଫା ୬୫(୨), ୭୦(୨), ୬୦, ୪୯, ୩୫୧(୨) (୩), ୩(୫), ୪ ଓ ୬ ପୋକ୍ସ ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ପୋଲିସ ତଦନ୍ତ କରୁଛି । ଏହି ମାମଲାରେ ଆଉ କାହାରି ସମ୍ପୃକ୍ତି ଆସିଲେ ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.