ପାଟକୁରା : ପାଟକୁରା ଥାନା ପଦ୍ମପୁର ପଞ୍ଚାୟତ ନୂଆପଡ଼ାରେ ଗ୍ୟାଙ୍ଗଷ୍ଟରଙ୍କ ଆତଙ୍କ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗ୍ୟାଙ୍ଗଷ୍ଟର ବିଭୁ ସାହୁ । ମୃତ ବିଭୁ ସାହୁର ଘର ବେରୁହାଁ ପଞ୍ଚାୟତ ହଳଦିଆ ଗାଁରେ । ସେ ଏକାଧିକ ମାମଲାରେ ସଂପୃକ୍ତ ଥିଲା । କିଛି ଦିନ ତଳେ ଜାମିନରେ ଜେଲରୁ ବାହାରିଥିଲା ବିଭୁ । ସେହିପରି ବିଭୁର ଡ୍ରାଇଭର ବୈଦ୍ୟନାଥ ମହାପାତ୍ର ଆହତ ହୋଇଛି । ବୈଦ୍ୟନାଥକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ବିଭୁର ସହଯୋଗୀ ପଶା ଆହତ ହୋଇଛନ୍ତି ।
ଆଜି ସଂଧ୍ୟାରେ ପାଖାପାଖି ୧୫ରୁ ୨୦ ଜଣ ଗ୍ୟାଙ୍ଗଷ୍ଟର ବିଭୁ ସାହୁକୁ ନୂଆପଡ଼ା ବଜାରରେ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିଲେ । ଘଟଣାସ୍ଥଳରେ ପାଟକୁରା ଆଇଆଇସିଙ୍କ ସମେତ କେନ୍ଦ୍ରାପଡ଼ା ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏନେଇ କୌଣସ ଏତଲା ଦିଆଯାଇନାହିଁ । ଆକ୍ରମଣ କରିଥିବା ଅନ୍ୟ ଏକ ଗୋଷ୍ଠୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ଘଟଣା ଘଟିଥିବା ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ ପ୍ରକୃତ ସତ୍ୟାସତ୍ୟା ଜଣାପଡିବ ବୋଲି ପୋଲିସ କହିଛି । ଅନ୍ୟପଟେ ନୂଆପଡ଼ା ବଜାରକୁ ସମ୍ପୁର୍ଣ୍ଣ ବନ୍ଦ କରି ଦିଆଯାଇଛି । ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ।
Comments are closed.