Latest Odisha News

BREAKING NEWS

ଲକଡାଉନ ପ୍ରଭାବ: ୪୦ ରୁ ୫୦ ପ୍ରତିଶତ ସ୍ୱଚ୍ଛ ହେଲାଣି ଗଙ୍ଗା ନଦୀ !

ବାରଣାସୀ: କରୋନା ପାଇଁ ଦେଶରେ ଲକଡାଉନ । ପରିବେଶ ପାଇଁ ନିରନ୍ତର ଖୁସି ଖବର ଆଣିଦେଉଛି । ସମଗ୍ର ଦେଶରେ ବାୟୁ ପ୍ରଦୂଷଣରେ ଉଲ୍ଲେଖନୀୟ ହ୍ରାସ ଘଟିବା ସହିତ ନଦୀଗୁଡ଼ିକର ଅବସ୍ଥା ପୂର୍ବ ଅପେକ୍ଷା ଭଲ ହେବାରେ ଲାଗିଛି।

କରୋନା ଭୁତାଣୁ ବିପଦ କାରଣରୁ ଲକଡାଉନ ସମୟରେ ଦେଶରେ ପ୍ରଦୂଷଣ କ୍ରମାଗତ ଭାବେ ହ୍ରାସ ପାଉଛି। ନଦୀରେ ନିର୍ମଳ ଜଳ ପ୍ରବାହିତ ହେବା ସହିତ ପବନ ପରିଷ୍କାର ହେଉଛି। ଲକଡାଉନ୍ ପ୍ରଭାବରେ ଗଙ୍ଗା ନଦୀ ପୂର୍ବ ଅପେକ୍ଷା ୪୦-୫୦ ପ୍ରତିଶତ ସ୍ୱଚ୍ଛ ଥିବା ଜଣାପଡିଛି।

ଲକଡାଉନ ଯୋଗୁଁ ଦେଶର ଅଧିକାଂଶ କାରଖାନା ବନ୍ଦ ରହିଛି। ସେଥିପାଇଁ ଗଙ୍ଗା ଅବସ୍ଥାରେ ଏତେ ଉନ୍ନତି ଦେଖାଦେଇଛି ।

ଆଇଆଇଟି ବିଏଚୟୁ କେମିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବିଭାଗର ପ୍ରଫେସର ଡକ୍ଟର ପି.କେ ମିଶ୍ର ଦେଇଥିବା ସୁଚନା ଅନୁଯାୟୀ, “ଗଙ୍ଗାରେ ପ୍ରଦୂଷଣର ୧୦% ଶିଳ୍ପସଂସ୍ଥା ଯୋଗୁଁ ହେଉଛି। ଲକଡାଉନ ଯୋଗୁଁ ଶିଳ୍ପ ବନ୍ଦ ହୋଇଯାଇଛି, ତେଣୁ ପରିସ୍ଥିତିରେ ସୁଧାର ଆସିଛି । ଆମେ ଗଙ୍ଗାର ଅବସ୍ଥାରେ ୪୦ ରୁ ୫୦ ପ୍ରତିଶତ ଉନ୍ନତି ଦେଖୁଛୁ”।

ପ୍ରଫେସର ପି.କେ ମିଶ୍ର ଆହୁରି କହିଛନ୍ତି, “ମାର୍ଚ୍ଚ ୧୫-୧୬ ରେ ବର୍ଷା ହେତୁ ଗଙ୍ଗା ନଦୀର ଜଳ ସ୍ତର ମଧ୍ୟ ବୃଦ୍ଧି ପାଇଛି ଏବଂ ଏହାର ପରିଷ୍କାର କ୍ଷମତା ମଧ୍ୟ ବୃଦ୍ଧି ପାଇଛି। ଯଦି ଆମେ ମାର୍ଚ୍ଚ ୨୪ ପୂର୍ବରୁ ସ୍ଥିତିକୁ ତୁଳନା କରୁ, ଏକ ଭଲ ଉନ୍ନତି ଦୃଶ୍ୟମାନ ହେଉଛି” ।

ବାରାଣାସୀର ସ୍ଥାନୀୟ ଲୋକମାନେ ଗଙ୍ଗାର ପରିଷ୍କାର ପରିଚ୍ଛନ୍ନତାକୁ ନେଇ ବହୁତ ଖୁସି ମନେ ହେଉଛନ୍ତି। ଜଣେ ସ୍ଥାନୀୟ ନାଗରିକ ଖୁସି ବ୍ୟକ୍ତ କରି କହିଛନ୍ତି, “ପୂର୍ବରୁ ଏବଂ ବର୍ତ୍ତମାନ ଗଙ୍ଗା ଜଳ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ଆଜି ଜଳ ସ୍ୱଚ୍ଛ ହୋଇଛି। ଏହାର ମୁଖ୍ୟ କାରଣ ହେଉଛି କାରଖାନା ବନ୍ଦ । ଲୋକମାନେ ଘାଟକୁ ଆସୁନାହାନ୍ତି। ଯଦି ୧୦ ଦିନରେ ପରିସ୍ଥିତିରେ ଏତେ ଉନ୍ନତି ହୁଏ, ତେବେ ମୁଁ ଭାବୁଛି ଗଙ୍ଗା ପୂର୍ବ ପରି ହେବ”। ଗଙ୍ଗାରେ ବିଶୁଦ୍ଧ ଜଳ ଦେଖି ଆମେ ଖୁସି”।

Leave A Reply

Your email address will not be published.