Latest Odisha News

ପ୍ରଧାନମନ୍ତ୍ରୀଙ୍କ ଦୀପ ପ୍ରଜ୍ବଳନ ଆହ୍ୱାନ: ରାସ୍ତା କଡରେ ବିକ୍ରି ହେଉଛି ମାଟି ଦୀପ

ପଟଣା: ଏପ୍ରିଲ ୫ ତାରିଖ (ଆଜି) ରାତି ୯ଟାରେ ମାତ୍ର ୯ମି. ଯାଏଁ ପ୍ରଦୀପ ପ୍ରଜ୍ୱଳନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ବିହାର ପାଟଣା ଅଞ୍ଚଳର ରାସ୍ତା କଡ଼ରେ ବହୁ ସଂଖ୍ୟାରେ ମାଟି ଦୀପ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।

ଆଜି ରାତ୍ରି ୯ ଟା ସମୟରେ ଦେଶବାସୀ ନିଜ ନିଜ ଘର ବାହାରେ,ବାଲକୋନି, ଛାତ ଉପରେ ଛିଡା ହୋଇ ମାତ୍ର ୯ମିନିଟ୍ ଲାଗି ଆଲୋକ ଜଳାଇବାକୁ ମୋଦୀ ଅନୁରୋଧ କରିଛନ୍ତି ।

ଯାହା କରୋନା ବିରୋଧରେ ଦେଶବାସୀ ଏକଜୁଟ୍ ରହିଥିବାର ସୂଚନା ଦେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.