Latest Odisha News

BREAKING NEWS

ଦୁଃସାହସିକ ଜଳ ଯାତ୍ରାରେ ଓଡ଼ିଆ ଝିଅ ଦୀପ୍ତିମୟୀ

ନୂଆଦିଲ୍ଲୀ: ଦୁଃସାହସିକ ଜଳ ଯାତ୍ରାରେ ଭାଗ ନେଇଛନ୍ତି ଓଡ଼ିଆ ଝିଅ। ଗଙ୍ଗା ସଫେଇ ସଚେତନତା ଅଭିଯାନରେ ସାମିଲ ହୋଇ ସେ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଓରା ଗାଁର ଦୀପ୍ତିମୟୀ ତରାଇ ଗଙ୍ଗୋତ୍ରୀରୁ ଗଙ୍ଗା ସାଗର ଅଭିମୁଖେ ବାହାରିଛନ୍ତି। ଡିସେମ୍ବର ୨୪ରେ ପ୍ରାୟ ୨୫ ହଜାର କିଲୋମିଟର ଜଳ ଯାତ୍ରା ସାରିବା ପାଇଁ ସେ ଲକ୍ଷ୍ୟ ରଖିଥିବା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ନଭେମ୍ବର ୨ରୁ ଆରମ୍ଭ ହୋଇଥିବା ଏହି ଜଳ ଯାତ୍ରା ଡିସେମ୍ବର ୨୪ରେ ସାରିବା ପାଇଁ ସେମାନେ ଲକ୍ଷ୍ୟ ରଖିଛନ୍ତି।

ଦୀପ୍ତିଙ୍କ ଭିଡିଓ ବାର୍ତ୍ତା ଅନୁସାରେ, ସେ ଜଣେ ବିଏସଏଫ୍ ଯବାନ। ମହିଳା ଆଉ ଏବେ ଗଙ୍ଗା ନଦୀକୁ ସ୍ୱଚ୍ଛ ରଖିବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଦୁଃସାହସିକ ଜଳ ଯାତ୍ରାରେ ବାହାରିଛନ୍ତି। ଗଙ୍ଗାର ଉତ୍ପତ୍ତି ସ୍ଥଳ ଗଙ୍ଗୋତ୍ରୀରୁ ବାହାରି ଗଙ୍ଗା ସାଗର ଯାଏଁ ଜଳପଥରେ ପ୍ରାୟ ୨୫ ହଜାର କିଲୋମିଟର ଯାତ୍ରା କରିବା ପାଇଁ ସେ ଓ ତାଙ୍କ ଟିମ୍ ଲକ୍ଷ୍ୟ ରଖିଛନ୍ତି ।ଏହି ଅଭିଯାନରେ ମହିଳା ବିଏସଏଫର ୨୦ ଯବାନ ସାମିଲ ହୋଇଛନ୍ତି।  ଗଙ୍ଗୋତ୍ରୀରୁ ଓଡ଼ିଶା ଲୋକମାନଙ୍କୁ ନିଜ ଅଭିଯାନ ସଂପର୍କରେ ସେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି। ତାଙ୍କର ଏହି ଦୁଃସାହସିକ ଜଳଯାତ୍ରା ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି।

Comments are closed.