Latest Odisha News

BREAKING NEWS

ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଗଙ୍ଗାମାତା ମଠର ଗୁପ୍ତ ସୁଡଙ୍ଗ

ପୁରୀ: ବିଦେଶୀ ପର୍ଯ୍ୟଟଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଗଙ୍ଗାମାତା ମଠରେ ଥିବା ଗୁପ୍ତ ସୁଡଙ୍ଗ । ଏହି ମଠ ପୁରୀର ବାଲିସାହି ଠାରେ ରହିଛି । ଏବେ ଏହା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

୫୦୦ ବର୍ଷ ପୁରୁଣା ଗଙ୍ଗାମାତା ମଠ ପବିତ୍ର ଶ୍ୱେତଗଙ୍ଗା ପୁଷ୍କରିଣୀ ପାଖରେ ଅବସ୍ଥିତ ଏବଂ ଏଥିରେ ଥିବା ଏକ ସୁଡଙ୍ଗ ପର୍ଯ୍ୟଟକଙ୍କ ପାଇଁ ଦର୍ଶନୀୟ ସ୍ଥାନ ପାଲଟିଛି । କିଛି ବିଦେଶୀ ପଯ୍ୟଟକଙ୍କୁ ମଧ୍ୟ ଏହି ସୁଡଙ୍ଗ ଭିତରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ଯାହାକି ଅଧା ରାସ୍ତାରୁ ସୁଡଙ୍ଗ ବନ୍ଦ ହୋଇଯାଇଛି ।

ବିଶ୍ୱାସ କରାଯାଏ କି, ଏହି ସୁଡଙ୍ଗ ପୁରୁଣା ରାଜବାଟୀ(ଶ୍ୟାମାକାଳୀ ମନ୍ଦିର) ଓ ରତ୍ନବେଦୀକୁ ସଂଯୁକ୍ତ ଅଛି । କିଛି ବର୍ଷ ପୂର୍ବେ କିଛି ଐତିହାସିିକ ଓ ଏଏସଆଇ ଅଧିକାରୀ ସୁଡଙ୍ଗ ଭିତର ନିରୀକ୍ଷଣ କରିଥିଲେ ।

କିମ୍ବଦନ୍ତୀ ଅନୁସାରେ, ସାର୍ବଭୌମ ଭଟ୍ଟାଚାର୍ଯ୍ୟ ୧୨ତମ ଶତାବ୍ଦୀରେ ଶ୍ରୀଜଗନ୍ନାଥ ମନ୍ଦିରରୁ ଏହି ସୁଡଙ୍ଗର ବ୍ୟବହାର କରି ଚୈତନ୍ୟ ମହାପ୍ରଭୁଙ୍କୁ ଗଙ୍ଗାମାତା ମଠକୁ ଆଣୁଥିଲେ ।

ମିଳିଥିବା ସୂତ୍ରରୁ ଜଣାପଡିଛି ଯେ, ସୁଡଙ୍ଗଟି ୬ରୁ ୭ ଫୁଟ ଗଭୀର ଅଛି ଓ ତା’ପରେ ଆଗକୁ ରାସ୍ତା ବନ୍ଦ ହୋଇଯାଇଛି । ଜୟୀ ରାଜଗୁରୁ ମଧ୍ୟ ଏହି ସୁଡଙ୍ଗରେ ଲୁଚୁଥିଲେ ।

ଜଗନ୍ନାଥ ମନ୍ଦିରରୁ କୌଣସି ସୁଡଙ୍ଗର ପ୍ରମାଣ ନାହିଁ ଏବଂ ଏହା କୌଣସି ଅନ୍ୟ ସୁଡଙ୍ଗ ସହିତ ସଂଯୁକ୍ତ ନୁହେଁ । ଇଂଜିନିୟରଙ୍କ ଦ୍ୱାରା ଏହି ମାମଲାର ସମୀକ୍ଷା କରାଯିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି ।

Leave A Reply

Your email address will not be published.