Latest Odisha News

BREAKING NEWS

ତେଲେଙ୍ଗାନାରୁ ଧରାପଡ଼ିଲା ଗ୍ୟାଙ୍ଗଷ୍ଟର ହାଇଦର

ଭୁବନେଶ୍ବର : ଶେଷରେ ଧରାପଡ଼ିଲା କୁଖ୍ୟାତ ଅପରାଧୀ ହାଇଦର । ତେଲେଙ୍ଗାନାରୁ ହାଇଦରକୁ ଗିରଫ କରିଛି ପୋଲିସ । କଟକ ଓ ତେଲେଙ୍ଗାନା ପୋଲିସର ମିଳିତ ଉଦ୍ୟମରେ ହାଇଦରକୁ ଗିରଫ କରାଯାଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କଟକ ବଡ଼ ମେଡିକାଲରୁ ଗତ ୧୦ ତାରିଖ ଦିନ ଫେରାର ହୋଇଯାଇଥିଲା ହାଇଦର । ଆଉ ଫେରାର ହେବାର ୫ ଦିନ ପରେ ଶେଷରେ ହାଇଦରକୁ କାବୁ କରିବାରେ ସଫଳ ହୋଇଛି ପୋଲିସ ।

ଆଜି ସଂଧ୍ୟାରେ ତେଲେଙ୍ଗାନରରୁ ହାଇଦରକୁ ଗିରଫ କରାଯାଇଥିବା ବେଳେ, ଖୁବଶୀଘ୍ର ତାକୁ ଆଣି କୋର୍ଟରେ ହାଜର କରାଯିବ । ହାଇଦର ବାଇକରେ ଯିବା ବେଳେ ତେଲେଙ୍ଗାନାର ସଙ୍ଗାରେଡି ଜିଲ୍ଲାରୁ ଗିରଫ କରାଯାଇଛି । ହାଇଦରକୁ ଧରିବା ପାଇଁ ଦୁଇଟି ଟିମ୍ ଲିଡ୍ କରିଥିଲା । ତେବେ ତାକୁ ଫେରାର କରିବାରେ କେଉଁମାନଙ୍କର ହାତ ଥିଲା ସେନେଇ ପଚରାଉଚରା କରାଯିବ । ହାଇଦର ଫେରାର ହେବା ଘଟଣାରେ ଦାୟିତ୍ବରେ ଥିବା ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଳମ୍ବିତ କରାଯାଇଛି ।

ଗତ ଶନିବାର ଦିନ ହାଇଦର ପାଇଁ ତାର ସହଯୋଗୀ ୟାକୁବ୍ ଖାଁ ଓରଫ ସଲୁ ଏସସିବିକୁ ବିରିୟାନି ଆଣିଥିଲା । ଏନେଇ ପୋଲିସ ଜାଣିବା ପରେ ୟାକୁବକୁ ଗିରଫ କରିଥିଲା । ରିମାଣ୍ଡରେ ନେଇ ପଚରାଉଚରା ବି କରିଥିଲା କଟକ ପୋଲିସ ।

Leave A Reply

Your email address will not be published.