Latest Odisha News

କୋହଲିଙ୍କୁ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ବାଛିଲା ୱିଜଡେନ ଅଲମାନାକ

ନୂଆଦିଲ୍ଲୀ: ୱିଜେଡେନ ଅଲମାନକା ୨୦୧୦ରୁ ୨୦୨୦ ମଧ୍ୟରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ଚୟନ କରିଛି । ୧୯୭୧ରୁ ୨୦୨୧ ପର୍ଯ୍ୟନ୍ତ ପ୍ରତି ଦଶନ୍ଧିର ଶ୍ରେଷ୍ଠ ଖେଳାଳି ୱିଜଡେନ ମନୋନୀତ କରିଛି । କୋହଲି ୨୫୪ ଦିନିକିଆରେ ୧୨୧୬୯ ରନ ସଂଗ୍ରହ କରିଛନ୍ତି । ଅଗଷ୍ଟ ୨୦୦୮ରେ ସେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ କ୍ରିକେଟରେ ପଦାର୍ପଣ କରିଥିଲେ । ସେହିପରି ସଚିନ ତେନ୍ଦୁଲକରଙ୍କୁ ୯୦ ଦଶନ୍ଧିର ଶ୍ରେଷ୍ଠ ଖେଳାଳି ବଛାଯାଇଛି ।

୧୯୭୦ ଦଶକ ପାଇଁ ୱେଷ୍ଟଇଣ୍ଡିଜର ଭିଭିଆନ ରିଚାଡ୍‌ର୍ସ, ୮୦ ପାଇଁ କପିଳ ଦେବ ଓ ୨୦୦୦ ପାଇଁ ଶ୍ରୀଲଙ୍କାର ମୁଥୟା ମୁରଲୀଧରନଙ୍କୁ ବଛା ଯାଇଛି । ଇଂଲଣ୍ଡର ବେନ ଷ୍ଟୋକ୍ସ କ୍ରମାଗତ ୨ୟ ଥର ପାଇଁ ବର୍ଷକର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି । ଅଷ୍ଟ୍ରେଲିଆର ବେଥ ମୁନୀଙ୍କୁ ସର୍ବଶ୍ରେଷ୍ଠ ମହିଳା କ୍ରିକେଟର ଓ କିରନ ପୋଲାର୍ଡଙ୍କୁ ଶ୍ରେଷ୍ଠ ଟି୨୦ କ୍ରିକେଟର ଭାବେ ଚୟନ କରାଯାଇଛି ।

Leave A Reply

Your email address will not be published.