Latest Odisha News

BREAKING NEWS

ସିଦ୍ଧୁ ମୁସେୱାଲା ହତ୍ୟାର ମାଷ୍ଟର ମାଇଣ୍ଡ ଲରେନ୍ସ: ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ପଂଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଲରେନ୍ସ ବିଶ୍ନୋଇ ବୋଲି ଆଜି ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି । ସ୍ପେଶାଲ ପୋଲିସ କମିଶନର ଏଚଜିଏସ ଧାଲିୱାଲା ଏକ ପ୍ରେସ କନଫେରନ୍ସରେ ବିଧିବଦ୍ଧ ଭାବେ ଏହା କହିଛନ୍ତି । ସିଦ୍ଧୁଙ୍କ ହତ୍ୟା ଲରେନ୍ସଙ୍କ କହିବା ଯୋଗୁ ହୋଇଛି । ତେବେ ଏହା ସେ କିପରି କରିଲେ ସେ ନେଇ କିଛି କହି ନ ଥିଲେ । ପଞ୍ଜାବ ପୋଲିସ ୮ଶୁଟର୍ସ ଓ ଦିଲ୍ଲୀ ପୋଲିସ ୫ ଶୁଟର୍ସଙ୍କୁ ଚିହ୍ନଟ କରିଥିଲେ । ଏମାନଙ୍କ ମଧ୍ୟରୁ ୪ଜଣ ହତ୍ୟାକାଣ୍ଡରେ ସମ୍ପୃକ୍ତ ହୋଇଥିବା ସ୍ପଷ୍ଟ ହୋଇ ଯାଇଛି । ସିଦ୍ଧେଶ ହୀରାମଲ କାମ୍ବଲେର କେତେକ ନିକଟତମ ବ୍ୟକ୍ତି ଏହି ହତ୍ୟାକାଣ୍ଡରେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ କେତେକ ଫେରାର ଅଛନ୍ତି ବୋଲି ଧାଲିୱାଲା କହିଛନ୍ତି ।

ସିଦ୍ଧୁଙ୍କ ହତ୍ୟାକାଣ୍ଡ ସାରା ଦେଶରେ ଚାଂଚଲ୍ୟ ଖେଳାଇ ଦେଇଛି । ଘଟଣା ଦିନ ସିଦ୍ଧୁଙ୍କ ଜିପକୁ ୩ ପଟୁ ଘେରାଉ କରି ୮ରୁ ୧୦ ଆକ୍ରମଣକାରୀ ଆଖିବୁଜା ଗୁଳି ଚାଳନା କରିଥିଲେ । ସିଦ୍ଧୁ ତାଙ୍କ ପିସ୍ତଲରୁ ୨ ରାଉଣ୍ଡ ଗୁଳି ଚଳାଇବା ସହ ଜିପ ଚଳାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ବୋଲି ତାଙ୍କ ସହ ଗାଡିରେ ଥିବା ଜଣେ ବନ୍ଧୁ ଏହା କହିଛନ୍ତି ।

Leave A Reply

Your email address will not be published.