Latest Odisha News

BREAKING NEWS

ଭାରତ – ଭିଏତନାମା ପ୍ରତିରକ୍ଷା ଚୁକ୍ତିକୁ ନେଇ ଚୀନ ଚିନ୍ତାରେ

ଲଜିଷ୍ଟିକ୍ ସହାୟତା ଉପରେ ଚୁକ୍ତିନାମା ସ୍ୱାକ୍ଷର କଲେ ଦୁଇଦେଶ

ନୂଆଦିଲ୍ଲୀ: ସୀମାରେ ଚୀନକୁ ଭାରତୀୟ ସେନା ଟକ୍କର ଦେବା ପରେ ଏବେ ଯେଉଁ ବଡ଼ ନିଷ୍ପତ୍ତି ନେଇଛି ତାହାକୁ ନେଇ ଚୀନ ଚିନ୍ତାରେ । ଚୀନ ସହ ଭିଏତନାମାର ଘୋର ଶତ୍ରୁତା ଥିବା ବେଳେ ଭାରତ ଏବେ ଭିଏତନାମ ସହ ବନ୍ଧୁତାର ହାତ ବଢ଼ାଇଛି ।  ଚୀନକୁ ସାବାଡ କରିବା ପାଇଁ ଭାରତୀୟ ସେନା ଏବେ ଭିଏତନାମ ସହ ପ୍ରତିରକ୍ଷା ଚୁକ୍ତି କରିଛି । ଏହି ଚୁକ୍ତି ଦ୍ବାରା 2030 ସୁଦ୍ଧା ପ୍ରତିରକ୍ଷା ସମ୍ପର୍କର ପରିସରକୁ ଦୁଇଦେଶ ବଢ଼ାଇବେ ଏବଂ ଦୁଇଦେଶର ପ୍ରତିରକ୍ଷା ବେଶକୁ ମଧ୍ୟ ବ୍ୟବହାର କରିବା ସହ ଉପକରଣ କରିବେ ।

ଉଭୟ ପକ୍ଷର ସୈନ୍ୟବାହିନୀକୁ ଏବେ ଲଜିଷ୍ଟିକ୍ ସହାୟତା କରିବା ପାଇଁ ଉଭୟ ଦେଶ ରାଜି ହୋଇଛନ୍ତି । ଭାରତ ଏବଂ ଭିଏତନାମର ଚୁକ୍ତିକୁ ଚୀନ କିନ୍ତୁ  ସହଜରେ ଗ୍ରହଣ କରିପାରିନଥିବା ଜଣାପଡିଛି । ଭିଏତନାମ ପ୍ରଥମ ଥର ପାଇଁ ଭାରତ ସହ  ଏଭଳି ଚୁକ୍ତି କରିଛି ।

ଭିଏତନାମ ପୂର୍ବରୁ କୈାଣସି ଦେଶ ସହ  ଲଜିଷ୍ଟିକ୍ ସହାୟତା ଉପରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି  । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କର ଭିଏତନାମ ପ୍ରତିପକ୍ଷ ଜେନେରାଲ ଫାନ ୱାନ ଜିଆଙ୍ଗ ଏହି ଲଜିଷ୍ଟିକ୍ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ସମସାମୟିକ ସମୟରେ ଆଗ୍ରହ ଏବଂ ସାଧାରଣ ଚିନ୍ତାଧାରାର ଭାରତ ଏବଂ ଭିଏତନାମ ମଧ୍ୟରେ ସବୁଠାରୁ ବିଶ୍ୱାସନୀୟ ସମ୍ପର୍କ ରହିଛି। ଏବଂ ଏବେ ତାହା ଆଉ ଆଗକୁ ନେବାକୁ ଦୁଇ ଦେଶ ରାଜି ହୋଇଛନ୍ତି ।

ରାଜନାଥ ସିଂ କହିଛନ୍ତି ଯେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କ ତଥା ଆଞ୍ଚଳିକ ତଥା ବିଶସ୍ତରୀୟ ପ୍ରସଙ୍ଗକୁ ଆଗକୁ ନେବା ପାଇଁ ପ୍ରଭାବଶାଳୀ ତଥା ବ୍ୟବହାରିକ ପଦକ୍ଷେପ ଉପରେ ଆମର ବ୍ୟାପକ ଆଲୋଚନା ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଚାର ବିମର୍ଶ ପରେ ଆମେ 2030 ଆଡକୁ ଭାରତ-ଭିଏତନାମ ପ୍ରତିରକ୍ଷା ଭାଗିଦାରୀ ଉପରେ ମିଳିତ ଭିଜନ ଷ୍ଟେଟମେଣ୍ଟରେ ଦସ୍ତଖତ କରିଛୁ ଯାହା ଆମର ପ୍ରତିରକ୍ଷା ସହଯୋଗର ପରିସର ଏବଂ ମାପକୁ ଯଥେଷ୍ଟ ବୃଦ୍ଧି କରିବ । ରାଜନାଥ ସିଂ ମଧ୍ୟ ଶୀଘ୍ର ଭିଏତନାମକୁ ଭାରତ ଦେଇଥିବା 500 ମିଲିୟନ୍ ଡଲାରର ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ କରିବାକୁ ରାଜି ହୋଇଛନ୍ତି।

Leave A Reply

Your email address will not be published.