Latest Odisha News

BREAKING NEWS

ଡି ବ୍ରଦର୍ସ ଲିଙ୍କ୍: ସୁଶାନ୍ତ ଧଳସାମନ୍ତଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ

କଟକ : ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ଧଳସାମନ୍ତ ଭ୍ରାତାଙ୍କୁ କଟକ ସିଜିଏମ୍ କୋର୍ଟ ଦଣ୍ଡ ଶୁଣାଣି କରିଛନ୍ତି । ସୂଚନା ଅନୁଯାୟୀ ଆଜି କୋର୍ଟ ଡି ଭ୍ରାତାଙ୍କ ବିରୋଧରେ ଚାଲିଥିବା ବିଭିନ୍ନ ଅପରାଧିକ ମାମଲା ମଧ୍ୟରୁ ଗୋଟିଏର ଶୁଣାଣି କରିଛନ୍ତି ।

ତେବେ ବେଆଇନ ବନ୍ଧୁକ ରଖିବା ଓ ଚଳାଇବା ଅଭିଯୋଗ ମାମଲାର ଶୁଣାଣି କରି କୋର୍ଟ ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି । ଏହା ହେଉଛି ଡି ବ୍ରଦର୍ସଙ୍କ ବିରୋଧରେ ପ୍ରଥମ ଦଣ୍ଡାଦେଶ ।

୧୯୯୯ରେ ବିଡାନାସୀରେ ସୁଶାନ୍ତ ଜଣେ ପୋଲିସ ଅଧିକାରୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ମାମଲା ଲାଗି ସୁଶାନ୍ତଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବାବେଳେ ବେଆଇନ୍ ମାରଣାସ୍ତ୍ର ରଖିଥିବା ଅପରାଧରେ କୋର୍ଟ ଆଉ ୩ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ।

Leave A Reply

Your email address will not be published.