Latest Odisha News

BREAKING NEWS

କେରଳ ବନ୍ୟା: ଦିନକର ଦରମା ଦାନ କଲେ ଆଇଏଏସ୍ ଓ ଆଇପିଏସ୍ ଅଫିସର

ଭୁବନେଶ୍ୱର : କେରଳରେ ବନ୍ୟାର ଭୟଙ୍କର ତାଣ୍ଡବ ପରେ ଏବେ ସେଠାକାର ଲୋକମାନଙ୍କର ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ଅସହାୟତା ସମୟରେ କେରଳକୁ ସହାୟତା କରିବା ପାଇଁ ଅଣ୍ଟା ଭିଡିଛନ୍ତି ଓଡିଶାରେ କାର୍ଯ୍ୟରତ ସମସ୍ତ ଆଇଏସ୍ ଓ ଆଇପିଏସ୍ ଅଧିକାରୀ ।

ଲୋକମାନେ ଏହି ଦୁର୍ଦ୍ଦଶାରୁ ନିଜକୁ ମୁକୁଳାଇବାର ଚେଷ୍ଟା ଜାରି ରଖିଥିବାବେଳେ ସେଠାରେ ବିଭିନ୍ନ ଖାଦ୍ୟ ପଦାର୍ଥର ମହଙ୍ଗା ମାଡ ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇପଡିଲାଣି ।କେରଳର ଏପରି ଦୁଃଖଦ ସମୟରେ ପୂର୍ବରୁ ଅନେକ ରାଜ୍ୟ ଆର୍ଥିକ ସହାୟତା ପ୍ରଦାନ କରିଛି ।

ଏବେ କେରଳର ବନ୍ୟା ପ୍ରପୀଡିତ ଲୋକମାନଙ୍କ ପାଇଁ ଓଡିଶାରେ କାର୍ଯ୍ୟରତ ଆଇଏସ୍ ଓ ଆଇପିଏସ୍ ଅଧିକାରୀମାନେ ସହାୟତା ଘୋଷଣା କରିଛନ୍ତି ।

ସୂଚନା ମୁତାବକ ସମସ୍ତ ଅଫିସରମାନେ ନିଜର ଦିନକର ଦରମା କେରଳ କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ରଦାନ କରିବା ନେଇ ଓଡିଶା ଆଇଏସ୍ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଅର୍ଥ ସଂଗ୍ରହ ହେବାପରେ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଠାଇଦିଆଯିବ । ଆଜି ଏନେଇ ଉଭୟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.