Latest Odisha News

ତିହାର ଜେଲରେ ଗ୍ୟାଙ୍ଗୱାର; ଲୁହାରଡରେ ପିଟି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଲୁକୁ ହତ୍ୟା

ନୂଆଦିଲ୍ଲୀ: ଦେଶର ହାଇ ସିକ୍ୟୁରିଟି ଥିବା ତିହାର ଜେଲରେ ଗ୍ୟାଙ୍ଗୱାର  ।  ଏହି ଗ୍ୟାଙ୍ଗୱାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆର ମୃତ୍ୟୁ ଘଟିଛି । ଆଜି ସକାଳେ ତିହାର ଜେଲରେ ଦୁଇ ଗ୍ୟାଙ୍ଗଷ୍ଟର ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଗୋଟିଏ ଗୋଷ୍ଠୀ ଟିଲୁ ତାଜପୁରିୟା ଉପରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାକୁ   ଦିନ୍ ଦୟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଟିଲୁର ମୃତ୍ୟୁ ଘଟିଛି ।

ରୋହିଣୀ କୋର୍ଟରେ ଶୁଟଆଉଟର ମାଷ୍ଟରମାଇଣ୍ଡ ଥିଲା  ଟିଲୁ ତାଜପୁରିୟା  ।   ଏଥିସହିତ ଜିତେନ୍ଦ୍ର ଗୋଗୀ ହତ୍ୟାକାଣ୍ଡ ମଧ୍ୟ କରାଇଥିବା ନେଇ ତା ନାଁରେ  ଅଭିଯୋଗ  ଥିଲା । ତିହାର ଜେଲରେ ଯୋଗେଶ ଟୁଣ୍ଡା ଏବଂ ତାଙ୍କ ସାଥୀ ମିଶି  ଲୁହା ରଡରେ ପିଟି ଟିଲୁକୁ ହତ୍ୟା କରିଥିଲେ । ଆଜି ସକାଳ ୬.୩୦ରେ ଏହି ଘଟଣା ଘଟିଥିଲା । ତେବେ ତିହାର ଜେଲ ପ୍ରଶାସନ ଟିଲୁର ହୃଦଘାତ ଜନିତ ମୃତ୍ୟୁ ଘଟିଥିବା କହିଥିବା ଜଣାଯାଇଛି ।

ମିଳିଥିବା ସୂତ୍ରରୁ ଜଣାଯାଇଛି,  ୪ ଜଣ ମିଶି ଲୁହାରଡରେ ଟିଲୁକୁ ଆକ୍ରମଣ କରିଥିଲେ । ଏହି ୪ ଜଣ ଗୁଣ୍ଡା ଜେଲ ନମ୍ବର ୯ର ଫାଷ୍ଟ ଫ୍ଲୋରରେ ରହୁଥିଲେ । ଗ୍ରିଲ କାଟି ଏମାନେ ଗ୍ରାଉଣ୍ଡ ଫ୍ଲୋରକୁ ଆସିଥିଲେ । ଏହି ୪ ଗ୍ୟାଙ୍ଗଷ୍ଟରଙ୍କୁ ଚିହ୍ନଟ କରାଯାଇଛି । ସେମାନେ ହେଲେ ଦୀପକ, ଯୋଗେଶ, ରାଜେଶ ଏବଂ ରିୟାଜ । ଏହି ୪ ଜଣଙ୍କ ସମ୍ପର୍କ ଜିତେନ୍ଦ୍ର ଗୋଗୀ ଗ୍ୟାଙ୍ଗ ସହ ଥିଲା ।

ଏଠି କହିରଖିବୁ, ଜେଲର ୯ ନମ୍ବର ସେଲରେ ରହୁଥିଲା ଟିଲୁ । ୮ ନମ୍ବର ସେଲରେ ରହୁଥିଲା ଯୋଗେଶ ଟୁଣ୍ଡା । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ପରେ ହତ୍ୟାକାଣ୍ଡର ରୂପ ନେଇଥିଲା ।

 

Comments are closed.