Latest Odisha News

BREAKING NEWS

ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଆଇଏଏସ ଅଧିକାରୀ ଚଞ୍ଚଲ ଓ ଅନନ୍ୟା

ଭୁବନେଶ୍ୱର: ସରିଲା ବାହାଘର । ସବୁଦିନ ପାଇଁ ଜୀବନ ସାଥୀ ହେଲେ ଦୁଇ ଆଇଏଏସ ଅଫିସର ଚଞ୍ଚଲ ରାଣା ଓ ଅନନ୍ୟା ଦାସ । ଗୁଆହାଟୀର ଏକ ତାରକା ହୋଟେଲରେ ଉଭୟଙ୍କ ବାହାଘର ସମ୍ପନ୍ନ ହୋଇଛି । ସୋସିଆଲ ମିଡିଆରେ ଦୁଇ ଅଧି୍କାରୀଙ୍କ ବିବାହ ସମୟର ଫଟୋ ବେଶ ଭାଇରାଲ ହୋଇଛି ।

ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ଗତକାଲି ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପରିବାର ସଦସ୍ୟ ଏବଂ ନିକଟ ସମ୍ପର୍କୀୟ, ଶୁଭେଚ୍ଛୁଙ୍କ ଗହଣରେ ଏହି ବାହାଘର ଶେଷ ହୋଇଥିଲା । ବର ବେଶରେ ଧୂମ ନାଚିଥିଲେ ଆଇଏଏସ ଅଧିକାରୀ ଚଞ୍ଚଲ ରାଣା ।

ଏହା ପୂର୍ବରୁ ପେବ୍ରୁଆରୀ ୧୯ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ବିବାହର ଦିନକ ପୂର୍ବରୁ ମେହେନ୍ଦି ଶେରିମନିର ଫଟୋ ବି ସୋସିଆଲ ମିଡିଆରେ ଛାଇ ଯାଇଥିଲା ।

ଆସାମର ଝିଅ ଅନନ୍ୟା ଦାସ । ୨୦୧୮ ବ୍ୟାଚ୍ ଆଇଏଏସ୍ ଅଫିସର ହେଉଛନ୍ତି ଅନନ୍ୟା ଦାସ । ୟୁପିଏସସିରେ ସର୍ବଭାରତୀୟ ସ୍ତରରେ ୧୬ ତମ ରାଙ୍କ ପାଇଥିଲେ । ପୂର୍ବରୁ କଟକ ମହାନଗର ନିଗମର କମିଶନର ଦାୟତ୍ୱ ତୁଲାଇଥିଲେ ।  ପ୍ରଥମେ ସେ କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତରଙ୍କୁ ବିବାହ କରିଥିଲେ । ହେଲେ ମତଭେଦ କାରଣରୁ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା ।

ସେହିପରି ଓଡ଼ିଶାରେ ପଢ଼ିଥିବା ତଥା ୨୦୧୩ ବ୍ୟାଚ୍ ଆଇଏଏସ୍ ଅଫିସର  ଚଞ୍ଚଳ ରାଣା ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କୁ ବିବାହ କରିଥିଲେ । ସେମାନେ ମଧ୍ୟ ନିକଟରେ ସମାନ କାରଣରୁ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ  । ଚଞ୍ଚଲ ଏବେ ବଲାଙ୍ଗୀର ଜିଲ୍ଲାପାଳ ଅଛନ୍ତି । ତା ପୂର୍ବରୁ କୁଚିଣ୍ଡା ଉପଜିଲ୍ଲାପାଳ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।

ଚଞ୍ଚଳ ରଣାଙ୍କ ଘର ଅନୁଗୁଳ ଜିଲ୍ଲାରେ । ଚଞ୍ଚଳ ତାଙ୍କ ବ୍ୟାଚ ୟୁପିଏସସିରେ ୭ମ ଟପ୍ପର ଥିଲେ । ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଶ୍ୱେତ ବିପ୍ଳବରେ ସଫଳତା ପାଇଁ ଚର୍ଚ୍ଚାରେ ଥିଲେ । ସଫଳତା ପାଇଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲେ ଚଞ୍ଚଳ ରଣା ।

 

Leave A Reply

Your email address will not be published.