Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟର୍ ଟିଟୋ ଲିଙ୍କ୍ : ବ୍ୟବସାୟୀଙ୍କ ଘର ରେଡ୍ ପରେ ଥାନାରେ ଅଟକ ରଖିଲା କ୍ରାଇମବ୍ରାଞ୍ଚ୍ ପୋଲିସ

ଜଗତସିଂହପୁର: ଗ୍ୟାଙ୍ଗଷ୍ଟର୍ ଟିଟୋ ସହିତ ଲିଙ୍କ୍ ଥିବା ଅଭିଯୋଗରେ ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେସାଲ୍ ଟାସ୍କ ଫୋର୍ସ (ଏସଟିଏଫ) ରବିବାର ଦିନ ବ୍ୟବସାୟୀ ଦିପ୍ତି ଦାଶଙ୍କ ଜଗତସିଂହର ଜିଲ୍ଲା ଓ ରାଜଧାନୀସ୍ଥ ବାସଭବନରେ ରେଡ୍ କରିଛି । ଅଧିକ ତଥ୍ୟ ସଂଗ୍ରହ ଲାଗି ପଚରାଉଚରା କରିବାକୁ ପୋଲିସ ଏହି ଅଭିଯୁକ୍ତ ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖିଛି ।

ଏସଟିଏଫର ଏକ ଆଠ ଜଣିଆ ଟିମ୍ ବ୍ୟବସାୟୀଙ୍କ ବାସଭବନ ଉପରେ ରେଡ୍ କରି ତାଙ୍କ ଘରୁ ଗୋଟିଏ ପିସ୍ତଲ୍, ୧୨ ରାଉଣ୍ଡ ବୁଲେଟ, ନଗଦ ୬୨ ହଜାର ୨୫୦ଟଙ୍କା, କେତେକ ବ୍ୟାଙ୍କ ପାସବୁକ୍ ସହିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ।

ଏହାଛଡ଼ା ଏହି ବ୍ୟବସାୟୀଙ୍କର ୨ଟି ଗେଷ୍ଟହାଉସ ଏବଂ ଗ୍ଲାସ ଓ ପ୍ଲାଇ ଦୋକାନ ଉପରେ ଚଢଉ କରିଥିଲେ ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେସାଲ୍ ଟାସ୍କ ଫୋର୍ସ ।

ଏହି ଟିମ୍ ମଧ୍ୟ ତାଙ୍କର ଭୁବନେଶ୍ୱର ପଟିଆସ୍ଥିତ ବାସଭବନ ଉପରେ ଚଢଉକରି କେତେକ ଗୁରୁତ୍ୱପୂର୍ଣ୍ଣ ନଥି ଓ କାଗଜପତ୍ର ଜବତ କରିଥିଲେ ।

“ଏହି ରେଡ୍ ପରେ ଶ୍ରୀ ଦାସଙ୍କୁ ଆମେ ପଚରାଉଚରା ଲାଗି ଅଟକ ରଖିଛୁ । ତାଙ୍କଠାରୁ ଏସମ୍ପର୍କରେ ଅଧିକ ସୂଚନା ପାଇଲା ପରେ ସେହି ଅନୁସାରେ ଆମେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଏହି ରେଡ୍ ରେ ମଧ୍ୟ ଏକ ବିଳାସପୂର୍ଣ୍ଣ କାର ଜବତ ହୋଇଛି,” ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ ।

ଏସଟିଏଫ ବୁଧବାର ଦିନ ଟିଟୋ ଆର୍ଥୀକ ସହାୟତା କରିଥିବା କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ମୋଟର ସାଇକେଲ ଶୋ’ରୁମ୍ ଉପରେ ଚଢଉ କରିଥିଲା ।

ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜବତ କରିଥିବା ଏହି ଶୋ’ରୁମଟି ଟିଟୋ ଦ୍ୱାରା ଆର୍ଥୀକ ସହାୟତା ପାଇଥିବାର ସୂଚନା ମିଳିଥିଲା ।

ଅଗଷ୍ଟ ୨୪ ତାରିଖ ଦିନ ଏସଟିଏଫ ଦୁଇଜଣ ଇଞ୍ଜିନିୟରଙ୍କୁ ଟିଟୋ ସହିତ ଲିଙ୍କ୍ ଥିବାର ସନ୍ଦେହ କରି ପଚରାଉଚରା କରିଥିଲା ।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ଗ୍ରାମୀଣ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ସେନାପତି ଓ ଉଠା ଜଳସେଚନ ବିଭାଗର ଏକଜ୍ୟୁକୁଟିଭ ଇଞ୍ଜିନିୟର ବିଦ୍ୟାଭୂଷଣ ନାୟକ କେନ୍ଦ୍ରାପଡ଼ାରେ ଏସଡ଼ିପିଓ ଅଫିସରେ ରଖାଯାଇ ଏମାନଙ୍କୁ ଟିଟୋ ସହିତ ଲିଙ୍କ୍ ଥିବାର ସନ୍ଦେହରେ ପଚରାଉଚରା କରାଯାଇଥିଲା ।

ସେହିପରି ଅଗଷ୍ଟ ୨୩ ତାରିଖ ଦିନ ଟିଟୋ ସହିତ ଲିଙ୍କ୍ ଥିବା ସନ୍ଦେହରେ ବେଆଇନ ଗୋରୁ ଚାଲାଣକାରୀ ସଂସ୍ଥାରୁ ଟିଟୋର ଜଣେ ସହଯୋଗୀଖୁ ପୋଲିସ ଗିରଫ କରିଥିଲା ।

କଳିଙ୍ଗବିହାରରୁ ଗିରଫ ହୋଇଥିବା ସେହି ଅଭିଯୁକ୍ତ ଜଣକ ହେଲେ ବଟୁ ପାଣି । ସେ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର୍ ର ଗୋରୁ ଚାଲାଣକାରୀ ସଂସ୍ଥାକୁ ଚଳାଇ ରାଜ୍ୟ ଓ ରାଜ୍ୟ ବାହାରକୁ ଗୋରୁ ଚାଲାଣ କରୁଥିବାର ଅଭିଯୋଗ ହୋଇଥିଲା ।

ତା’ପାଖରୁ ସେହି ସମୟରେ ଗୋଟିଏ ପିସ୍ତଲ୍ ସହିତ ୪ଟି ଗାଡ଼ି ଜବତ କରିଥିଲା ପୋଲିସ ଏବଂ ସେହି ଜବତ ହୋଇଥିବା ଗାଡ଼ି ମଧ୍ୟରୁ ଗୋଟିଏ ଖୁବ୍ ଦାମୀ ମୋଟରସାଇକେଲ ଥିଲା ।

Leave A Reply

Your email address will not be published.