Latest Odisha News

BREAKING NEWS

ପୁରୀରୁ ମଣିଷ ଖପୁରୀ ଜବତ

ପୁରୀ : ପୁରୀ ଜିଲ୍ଲାର ଷ୍ଟେସନ ରୋଡ ନିକଟସ୍ଥ ଏକ ହସ୍ପିଟାଲ ନିକଟର ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳୁଛି ।

ସୂଚନା ଅନୁଯାୟୀ ଷ୍ଟେସନ ନିକଟସ୍ଥ କମଳା ହସ୍ପିଟାଲ ପଛପଟୁ ପାଖାପାଖି ୯ଟି ମଣିଷ ଖପୁରୀ ଉଦ୍ଧାର କରାଯାଇଛି ।

ଏଥିସହିତ ଘଟଣାସ୍ଥଳରେ ସମୁଦ୍ରକୂଳ ପୋଲିସ ପହଞ୍ଚି ଖପୁରୀ ଗୁଡିକୁ ଜବତ କରିବା ସହ ଫରେନସିକ୍ ଲାବକୁ ପରୀକ୍ଷା ପାଇଁ ପଠାଇଛି ।

ତେବେ ଘଟଣାର ଯାଞ୍ଚ କଲାପରେ ହିଁ ସଠିକ ରହସ୍ୟ ଜଣାପଡିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.