ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହଙ୍କ କାର୍ଯ୍ୟକାଳ ସେପ୍ଟମ୍ବରରେ ଶେଷ ହେବ । ବିରାଟ କୋହଲିଙ୍କ ଅଧିନାୟକ ପଦ ଛାଡିବା ନେଇ ସୃଷ୍ଟି ହୋଇଥିବା ବିବାଦ ଏମାନଙ୍କ ଲୋକପ୍ରିୟତାକୁ କମ କରିଛି । ବିସିସିଆଇ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରିବ କି ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ । ଉଭୟଙ୍କ ୩ ବର୍ଷ କାର୍ଯ୍ୟକାଳ ଅକ୍ଟୋବରରେ ଶେଷ ହେବ । ଅବଶ୍ୟ ଗାଙ୍ଗୁଲି ତାଙ୍କ କାର୍ଯ୍ୟକାଳରେ ଭିଭିଏସ ଲକ୍ଷ୍ମଣଙ୍କୁ ଏନସିଏ ସଭାପତି ଏବଂ ରାହୁଲ ଦ୍ରାବିଡଙ୍କୁ କୋଚ କରି ପ୍ରଶଂସାର ପାତ୍ର ହୋଇଛନ୍ତି ।
ଦାଦାଙ୍କ ସ୍ଥାନରେ କିଏ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବ ସେ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ବିଭିନ୍ନ ୱେବସାଇଟରେ ଏହି ଖବର ପ୍ରକାଶ ପାଇବା ପରେ ପ୍ରଶଂସକମାନେ କିନ୍ତୁ ଗାଙ୍ଗୁଲି ଓ ଶାହଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।
Comments are closed.