Latest Odisha News

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୫ କୋର୍ଟ ଚାଲାଣ

ମାଲକାନଗିରି: ପୋଲିସ ହାବୁଡରେ ଗଞ୍ଜେଇ ଚୋରା ଚାଲାଣକାରୀ । ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲି ଅଞ୍ଚଳରୁ କାଉଡି ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ମାଥିଲି ପୋଲିସ ହାତରେ ଧରା ପଡିଲେ ୫ଜଣ ଚୋରା ଗଞ୍ଜେଇ ଚାଲାଣକାରୀ ।

ସୂଚନା ଅନୁସାରେ, ମାଲକାନଗିରି ଜୟପୁରକୁ ସଂଯୋଗ କରୁଥିବା ୩୨୬ନମ୍ବର ଜାତୀୟରାଜପଥ ଗୋବିନ୍ଦପାଲ୍ଲି ଘାଟିରେ ଏକ ପୋଲିସ ଟିମ ପାଟ୍ରୋଲିଂ କରୁଥିବା ସମୟରେ କିଛି ଲୋକ କାଉଡି ଧରି ଯାଉଥିବା ଦେଖିବାକୁ ପାଇଥିଲେ । ପୋଲିସକୁ ସନ୍ଧେହ ହେବାରୁ ଉକ୍ତ କାଉଡି ଗୁଡିକୁ ଯାଞ୍ଚ କରିଥିଲେ ।ଯାଞ୍ଚ ସମୟରେ କାଉଡିରୁ ୨୫୬ କେଜି ଗଞ୍ଜେଇ ବାହାରି ଥିଲା । ଯାହାର ଆନୁମାନିକ ମୁଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।

ଏହି ଚାଲାଣରେ ସାମିଲ ଥିବା ସମସ୍ତ ବ୍ୟକ୍ତି ନବରଙ୍ଗପୁର ଜିଲ୍ଲା କଷାଗୁମୁଡା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ମଦନ ମାଝି, ମିଟୁ ଭତ୍ରା, ଗୁଣବନ୍ତ ମୁରିଆ, ରତନ ଭତ୍ରା ଓ ମନ ଭତ୍ରା । ଏହି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି ।

ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚାଷ ଉପରେ ସମ୍ପୂର୍ଣ ଭାବେ ଲଗାମ ଲଗାଯିବା ସହ ଜିଲ୍ଲାକୁ ଗଞ୍ଜେଇ ମୁକ୍ତ ଜିଲ୍ଲା ଭାବେ ପରିଗଣିତ କରି ଏକ ନୂଆ ଇତିହାସ ସୃଷ୍ଟି କରାଯିବାକୁ ଚେଷ୍ଟା କରା ଯାଉଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

Comments are closed.