Latest Odisha News

BREAKING NEWS

ଗାଡିରେ ଲାଗିଛି ନାଲିବତୀ, ବୁଲୁଛନ୍ତି ଗୁଣୁପୁର ଉପଜିଲ୍ଲାପାଳ

ରାୟଗଡା: ଦେଶରେ ଗାଡିରେ ନାଲିବତୀ ବ୍ୟବହାର ନେଇ ଭିନ୍ନଭିନ୍ନ ଆଦେଶ ଜାରି ହୋଇଛି । ତଥାପି ନାଲିବତୀ ପ୍ରତି କିଛି ସରକାରୀ ଅଫିସରଙ୍କ ମୋହ ତୁଟିନାହିଁ । ରାୟଗଡା ଜିଲ୍ଲାରେ ଗୁଣୁପୁର ଉପଜିଲ୍ଲାପାଳ ଜେ.ସୋନାଲ୍ ଖୁଲମଖୁଲା ଗାଡିରେ ନାଲିବତୀ ବ୍ୟବହାର କରୁଥିବା ଜଣାପଡିଛି ।

ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶାନୁସାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି, ବାଚସ୍ପତି ଓ ମନ୍ତ୍ରୀମାନଙ୍କୁ କେବଳ ନାଲି ବତୀ ବ୍ୟବହାର କରିବା ନେଇ ଅନୁମତି ରହିଛି । ହେଲେ ଗୁଣୁପୁର ଉପଜିଲ୍ଲାପାଳ ନିଜ ସରକାରୀ ଗାଡିରେ ନାଲିବତୀ ସହ ଆଇଏସ୍ ଫ୍ଲାଗ ମାରି ବୁଲିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି ।

ନିୟମାନୁଯାୟୀ ଆପାତକାଳୀନ ସ୍ଥିତିରେ ସରକାରୀ ସଚିବ, ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳ, ମୁନିସିପାଲିଟି ଚେୟାରମ୍ୟାନ କିମ୍ବା କମିଶନର ଓ ଜିଲ୍ଲା ଜଜ୍‌ମାନଙ୍କୁ ଗାଡିରେ ନୀଳ ବତୀ ବ୍ୟବହାର କରିବାକୁ ଅନୁମତି ରହିଛି । ଏଭଳି ସ୍ଥିତିରେ ଗୁଣୁପୁର ଉପଜିଲ୍ଲାପାଳ କିଭଳି ନିଜ ଗାଡିରେ ନାଲି ବତୀ ବ୍ୟବହାର କରୁଛନ୍ତି, ସେ ନେଇ ସାଧାରଣରୋ ଆଲୋଚନା ଜୋର ଧରିଛି । ସରକାରଙ୍କ ଫ୍ଲାଗ କୋଡ୍ ଅନୁଯାୟୀ ଉପଜିଲ୍ଲାପାଳଙ୍କ ଗାଡିରୁ ନାଲିବତୀ ପ୍ରତ୍ୟାହର କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

Comments are closed, but trackbacks and pingbacks are open.