ମାଲକାନଗିରି: ଗଞ୍ଜେଇ ତେଲ ପ୍ରସ୍ତୁତ କରାଯାଉଥିବା କାରଖାନା ଠାବ । ମାଲକାନଗିରିର ଚିତ୍ରକୋଣ୍ଡାର ବଡପଦର ଗାଁରେ କାରଖାନା ଠାବ ହୋଇଛି । ୪ଜଣ ଗଞ୍ଜେଇ ତେଲ ପ୍ରସ୍ତୁତକାରୀ ଗିରଫ ହୋଇଛନ୍ତି ।
ଏହି ଗଞ୍ଜେଇ ତେଲକୁ ରାଜ୍ୟ ସହ ରାଜ୍ୟ ବାହାରକୁ ଏବଂ ବିଦେଶକୁ ରପ୍ତାନୀ କରାଯାଉଥିଲା।
ଜବତ ଗଞ୍ଜେଇ ତେଲର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ମାଲକାନଗିରି SP ବିନୋଦ ପାଟିଲ ସୂଚନା ଦେଇଛନ୍ତି । ଘଟଣା ସ୍ଥଳରୁ ସିଲିଣ୍ଡ୍ରିକାଲ୍ ପ୍ରକ୍ରିୟାକରଣ କଣ୍ଟେନର ସହିତ ସଜ୍ଜିତ ଲୁହା ତିଆରି ମେସିନ୍, ପ୍ରେସର୍ କୁକର୍, ଲୁହା ତିଆରି କମ୍ପ୍ରେସର, ପାଇପ୍, ସିଲିଣ୍ଡର ଏବଂ ପ୍ଲାଷ୍ଟିକ୍ ଡ୍ରମ୍ ସହିତ ସଜ୍ଜିତ ଗ୍ୟାସ୍ ବର୍ନର ଜବତ କରିଛି ପୋଲିସ ।
୪ ଜଣ ଆସାମୀ ମଧ୍ୟରୁ ଦୁଇ ଜଣ ଆନ୍ଧ୍ରପ୍ରଦେଶର ବୋଲି ପୋଲିସ କହିଛି। ତଦନ୍ତ ଚାଲୁଥିବାରୁ ଚାରି ଜଣ ଗଞ୍ଜେଇ ମାଫିଆଙ୍କ ପରିଚୟ ଗୁପ୍ତ ରଖାଯାଇଥିବା କୁହାଯାଇଛି।
ଗତ ୪ ମାସରେ ମାଲକାନଗିରି ପୋଲିସ ଦ୍ୱାରା ସାଢ଼େ ୭ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ ହୋଇଛି । ଆଗାମୀ ଦିନରେ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ମାଲକାନଗିରି SP ହେଲ୍ପଲାଇନ୍ ନମ୍ବର ୯୪୩୮୯୧୬୯୭୨ ଆରମ୍ଭ କରିଛନ୍ତି ।ଜନସାଧାରଣଙ୍କ ଅପିଲ କରିଛନ୍ତି ଯେ ଗଞ୍ଜେଇ ଚାଷ,ଗଞ୍ଜେଇ ଚାଲାଣ ଏବଂ ଗଞ୍ଜେଇ ତେଲ ପ୍ରସ୍ତୁତ କରୁଥିବା ସ୍ଥାନ ଏବଂ ଆସାମୀମାନଙ୍କ ସଂପର୍କରେ ହେଲପ ଲାଇନ ନମ୍ବର ୯୪୩୮୯୧୧୬୯୭୨ ନମ୍ବରରେ ଜଣାଇପାରିବେ। ସମସ୍ତ ତଥ୍ୟ ଗୁପ୍ତ ରଖାଯିବ।
Comments are closed.