Latest Odisha News

BREAKING NEWS

ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ, ଡ୍ରାଇଭର ଫେରାର

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଖଇରପୁଟ-ମାଥିଲି ନିକଟ ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଧରାପଡିଛି ।

ସୁତ୍ରରୁ ପ୍ରକାଶ ଯେ ଗତକାଲି ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ଆମ୍ବୁଲାନ୍ସ ଉପରେ ସନ୍ଦେହ ପ୍ରକାଶ କରିଥିଲା । ଏପଟେ ପୋଲିସ ଠାରୁ ବଞ୍ଚିବା ପାଇଁ ଖଇରପୁଟ-ମାଥିଲ ରାସ୍ତା ନିକଟରେ ଆମ୍ବୁଲାନ୍ସଟି ଦ୍ରୁତଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା । ପରବର୍ତ୍ତି ସମୟରେ ଏଥିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନଜରକୁ ଆସିଥିଲା ।

ଅନ୍ୟପକ୍ଷରେ ଜିଲ୍ଲା ପୋଲିସର ଏହି ସଫଳତାକୁ ପ୍ରଶଂସା କରି ମାଲକାନଗିରି ଏସପି କହିଛନ୍ତି “ଏହି ଚାଲାଣରେ ଅଗଷ୍ଟ ୩୧ ସୁଦ୍ଧା ଶହେ ୧୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରାୟ ୧୪ ହଜାର ୪୪୩ କିଲୋର ଗଞ୍ଜେଇ ଜବତ ହୋଇସାରିଲାଣି” ।

ତେବେ ଏହି ଘଟଣାରେ ୩ବସ୍ତା ଗଞ୍ଜେଇ ଜବତ ହୋଇଥିବାବେଳେ ଡ୍ରାଇଭର ଫେରାର ଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ ଗଞ୍ଜେଇ ମାଫିଆ ଚୋରାଚାଲାଣ ତଥା ସ୍ମଗଲିଂ କାରବାର ପାଇଁ ଏକ ଅଭିନବ ଉପାୟ ଆପଣେଇଛନ୍ତି । ରୋଗୀ ସେବା ବଦଳରେ ଆମ୍ବୁଲାନ୍ସରେ ନିଶା ଚୋରା ଚାଲାଣ କରିବାରେ ଲାଗିଛନ୍ତି ନିଶା ମାଫିଆମାନେ । କିନ୍ତୁ ସେମାନଙ୍କ ଏହି ଉପାୟକୁ ପଣ୍ଡ କରିବାରେ ସଫଳ ହୋଇଛି ସ୍ଥାନୀୟ ପୋଲିସ ।

Leave A Reply

Your email address will not be published.