Latest Odisha News

BREAKING NEWS

ଅତ୍ୟଧିକ ତୈଳ ଦରବୃଦ୍ଧି ପ୍ରତିବାଦରେ ଆଜିଠୁ ବିଜେଡ଼ିର ୩ ଦିନିଆ ଆନ୍ଦୋଳନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସର୍ବକାଳୀନ ସର୍ବାଧିକ ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି ପ୍ରତିବାଦରେ ଶାସକ ବିଜୁ ଜନତା ଦଳ ପକ୍ଷରୁ ସାରା ଓଡ଼ିଶାରେ ଏକ ୩ ଦିନିଆ ବିକ୍ଷୋଭ ଆରମ୍ଭ ହୋଇଛି । ଏହି ଆନ୍ଦୋଳନ ୭ ତାରିଖରୁ ୯ ତାରିଖ ଯାଏ ଚାଲୁରହିବ ।

ଏହି ଆନ୍ଦାଳନରେ ଅଂଶଗ୍ରହଣ କରି ବିଜୁ ଯୁବ ଜନତାର ସଦସ୍ୟ ତଥା ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସ୍ଥିର ହୋଇଛି । ତେବେ ଦିନ ୧୦ଟା ରୁ ଦିନ ୧୨ ଟା ପର୍ଯ୍ୟନ୍ତ ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ କେନ୍ଦ୍ରର ବିଜେପି ସରକାରଙ୍କ ଏହି ତୈଳଦର ବୃଦ୍ଧିକୁ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ ସ୍ଥିର ହୋଇଛି ।

“ଏହି ତୈଳଦର ବୃଦ୍ଧି ପ୍ରତିବାଦରେ ବହୁ ପୂର୍ବରୁ ବିକ୍ଷୋଭ କରି ଆସୁଛୁ । କିନ୍ତୁ ରାଜ୍ୟର ସାଧାରଣ ଜନତାଙ୍କ ଦାବୀ ଓ ସ୍ୱାର୍ଥକୁ ଭୃକ୍ଷେପ ନକରି କେନ୍ଦ୍ର କାନ ବନ୍ଦ କରି ରହିଛି । ତେବେ ଆମେ ଏସମ୍ପର୍କରେ ଲିଫଲେଟ ବାଣ୍ଟି ସାଧାରଣ ଜନତାଙ୍କୁ ଅବଗତ କରିବୁ ଯେ, କିପରି କେନ୍ଦ୍ର ସରକାର ଆନ୍ତର୍ଜାତୀୟ ବଜାରରୁ ତୈଳ କିଣି ଚଢା ଦରରେ ସାଧାରଣ ଲୋକଙ୍କୁ ବିକ୍ରି କରି ଶୋଷଣ କରୁଛି,” ବୋଲି ୟୁନିଟ୍-୩ ରାମ ମନ୍ଦିର ନିକଟ ଏକ ପେଟ୍ରୋଲ ପମ୍ପରେ ଏକ ଆନ୍ଦୋଳନକାରୀ କହିଛନ୍ତି ।

ତେବେ ବିଜେଡ଼ି ସୂତ୍ରରୁ ଜଣାପଡ଼ିଛି ଯେ, ଏନେଇ ଦଳ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.