କୋରାପୁଟ : କୋରାପୁଟ ଜୟପୁରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । କଦଳୀ ବୋଝେଇ ଗାଡ଼ିରୁ ଜବତ ହୋଇଛି ଗୋଟିଏ ଟନରୁ ଅଧିକ ଗଞ୍ଜେଇ । ଏକ ପିକ୍ ଅପ୍ ଭ୍ୟାନରେ କଦଳୀ ଯାଉଥିବା ବେଳେ ଅଟକାଇଥିଲା ବୈପାରୀଗୁଡା ପୋଲିସ । ଚେକିଂ ବେଳେ, କଦଳୀ ଗାଡିରୁ ବିପୁଳ ପରିମାଣ ଗଞ୍ଜେଇ ଜବତ ହୋଇଥିଲା । ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ, ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ । ଏହା ପୂର୍ବରୁ ଅନେକ ଥର ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ, ଏସବୁକୁ ଜବତ କରିଥିଲା ପୋଲିସ । ପଣସ, ନଡିଆ ଓ ସପୁରୀ ଗାଡିରେ ମଧ୍ୟ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରିଥାନ୍ତି ଗଞ୍ଜେଇ ମାଫିଆ । ଯାହାକୁ ଜବତ କରିବାରେ ସଫଳ ହୋଇଛି ପୋଲିସ । ତେବେ ବାରମ୍ବାର ଏତେ ପରିମାଣରେ ଗଞ୍ଜେଇ ଜବତ ହେଉଥିବାରୁ ପୋଲିସ ପାଇଁ ଚିନ୍ତା ବଢ଼ିଛି ।
BREAKING NEWS
- Bhojpuri film:୨୦ ବର୍ଷ ତଳର ସେହି ବ୍ଲକବଷ୍ଟର ଫିଲ୍ମ
- SJFI ସ୍ୱର୍ଣ୍ଣ ଜୟନ୍ତୀ: ଉତ୍ତରାଞ୍ଚଳ ଜିତିଲା ଜେକେ ବୋଷ ଟ୍ରଫି, ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ସମ୍ମାନିତ
- Modi’s Farewell Speech in Rajyasabha: ରାଜ୍ୟସଭା ସାଂସଦଙ୍କ ଉଦ୍ଦେଶ୍ୟରେ ବିଦାୟୀ ଭାଷଣ, ପ୍ରଧାନମନ୍ତ୍ରୀ କହିଲେ, “ରାଜନୀତିରେ କୌଣସି ପୂର୍ଣ୍ଣଚ୍ଛେଦ ନାହିଁ”
- Harbhajan Singh On Mumbai Indians Win: ଭଜିଙ୍କ ଭବିଷ୍ୟବାଣୀ, ଏଥର ମୁମ୍ବାଇ ଇଣ୍ଡିଆନ୍ସ
- Bunker Buster Bombs On Iran Missile Sites: ଭୟଙ୍କର ରୂପ ନେଲା ଯୁଦ୍ଧ! ଇରାନୀ କ୍ଷେପଣାସ୍ତ୍ର ଘାଟି ଉପରେ ବଙ୍କର୍ ବଷ୍ଟର ବୋମା ପକାଇଲା ଆମେରିକା
- ବୁମରାହ, ଅକ୍ଷରଙ୍କ ସ୍ୟାଲେରୀ ବଢ଼ାଇବ ବିସିସିଆଇ
- ଯୁଦ୍ଧ ମଧ୍ୟରେ ଏଲ୍ପିଜି ସଙ୍କଟ: ଓଡ଼ିଆ କ୍ୟାପଟେନଙ୍କ ସାହସ ଓ କର୍ତ୍ତବ୍ୟ ପାଇଁ ଆଜି ଦେଶ ଗର୍ବିତ
- ଇରାନ ବିରୋଧରେ ଏକତ୍ର ହେବେ ଇସଲାମିକ ଦେଶ
- ବ୍ୟାଟେଲ ଅଫ ଗଲୱାନ ପରେ ବଦଳିବ ଏହି ଫିଲ୍ମର ନାମ
- ଖୁବ ଶୀଘ୍ର ରୋମାଂଟିକ ଫିଲ୍ମ କରିବେ ଶାହାରୁଖ
Comments are closed.