Latest Odisha News

BREAKING NEWS

ଔରଙ୍ଗାବାଦର କନ୍ନଡ ଘାଟିରେ ଭୂସ୍କଳନ, ଫସିଲା ଶହଶହ ଗାଡି

ମହାରାଷ୍ଟ୍ର :ମହାରାଷ୍ଟ୍ରର ଔରଙ୍ଗାବାଦର କନ୍ନଡ ଘାଟିରେ ବଡ ଧରଣର ଭୂସ୍କଳନ ହୋଇଛି। ଫଳରେ ଔରଙ୍ଗାବାଦର ଓ ଚାଲିସଗାଁଓ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ପାହାଡ ଉପରୁ ମାଟି ଅତଡା ଖସିବା ସହ ରାସ୍ତା ଧସି ଯାଇଛି। ଭୁସ୍କଳନ ସମୟରେ ରାସ୍ତା ଉପରେ ଚାଲୁଥିବା ଅନେକ ଗାଡି କ୍ଷତିଗ୍ରସ୍ତ ହେବା ସହ ରାସ୍ତା ଉପରେ ଫସି ରହିଛି । ରାସ୍ତା ପୁରା ପୁରି ବନ୍ଦ ହୋଇଯାଇଛି।

ପୋଲିସ ଓ ପ୍ରଶାସନ ଘଟଣା ସ୍ଥଳରେ ପହଁଚି ଗୁରୁତର ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରିଛନ୍ତି। ସେପଟେ ବର୍ଷା ନକମିବାରୁ ଚାଲିସଗାଁଓ ନ୍ୟାସନାଲ ହାଇୱେ ୨୧୧କୁ ସଫା କରାଯାଇପାରି ନାହିଁ। ଅନେକ ଗାଡି ଓ ଲୋକମାନେ ରାସ୍ତା ଉପରେ ଅଟକି ରହିବା ଫଳରେ ରାସ୍ତା ଜାମ ହୋଇଯାଇଛି। ଅନେକ ଗାଡିର ଗତିପଥକୁ ପରିବର୍ତ୍ତନ କରାଯାଇଛି।ବର୍ଷା ଲାଗି ରହିବା ଯୋଗୁଁ ମହାରାଷ୍ଟ୍ରର ଅନେକ ଗ୍ରାମାଞ୍ଚଳ ଜଳମଗ୍ନ ହୋଇଯାଇଛି ।

Leave A Reply

Your email address will not be published.