Latest Odisha News

ଥମୁନି ବେଆଇନ ଗଞ୍ଜେଇ ଚୋରାଚାଲାଣ: ରାୟଗଡାରୁ ୮୦ କେଜି ଗଞ୍ଜେଇ ଜବତ, ୭ ଗିରଫ

ମୁନିଗୁଡା: ରାୟଗଡା ପୋଲିସକୁ ବଡ ସଫଳତା ମିଳିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ପାଖାପାଖି ୮୦ କେଜି ଗଞ୍ଜେଇ ଜବତ କରିଛି ରାୟଗଡା ପୋଲିସ । ଘଟଣାରେ ୭ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଚନ୍ଦ୍ରପୁର ଅଞ୍ଚଳରୁ ରାୟପୁରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ  ମୁନିଗୁଡା ପୋଲିସ ୫୫ କେଜି ଗଞ୍ଜେଇ ଜବତ କରିବା ସହ ୪ ଜଣ ବେପାରୀଙ୍କୁ ଗିରଫ କରିଛି  । ବେପାରୀମାନେ ୬ଟି ବ୍ୟାଗରେ ଗଞ୍ଜେଇ ଭର୍ତ୍ତି କରି ଟ୍ରେନରେ ଛତିଶଗଡରୁ ରାୟପୁରକୁ ଚାଲାଣ କରୁଥିବା ଜଣାପଡିଛି  ।

ସେହିପରି କନ୍ଧମାଳରୁ କଳାହାଣ୍ଡିକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ଅମ୍ବାଦଳା ପୋଲିସ ୨୩ କେଜି ଗଞ୍ଜେଇ ଜବତ କରିଛି । ଏବଂ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ଦୀର୍ଘ ଦିନ ଧରି ଜିଲ୍ଲାରେ ଏଭଳି ବେଆଇନ କାରବାର ଚାଲିଥିବା ବେଳେ ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି , ସେ ନେଇ ପୋଲିସ ଛାନଭିନ୍ ଜାରି ରଖିଛି ।

 

 

Leave A Reply

Your email address will not be published.