Latest Odisha News

BREAKING NEWS

ଫ୍ଲୋରିଡାରେ ଗୁଳିକାଣ୍ଡ; ୩ କୃଷ୍ଣକାୟ ଲୋକ ମୃତ

ୱାଶିଂଟନ: ଆମେରିକାରେ ଗଣ ଗୁଳିକାଣ୍ଡ ଘଟଣା ଦିନକୁ ଦିନ ବଢି ଚାଲିଛି । ଏବେ ଫ୍ଲୋରିଡାର ଜ୍ୟାକ୍ସନବିଲେରେ ପୁଣିଥରେ ଆତତାୟୀର ଆଖିବୁଜା ଗୁଳିମାଡରେ ୩ ଜଣଙ୍କ ଜୀବନ ଯାଇଛି । ଜଣେ ବନ୍ଧୁକଧାରୀ କୃଷ୍ଣକାୟ ଲୋକଙ୍କୁ ଟାର୍ଗେଟ କରି ଗୋଟିଏ ଡଲାର ଜେନେରାଲ ଷ୍ଟୋରରେ ପଶି ଏହି ଗୁଳିମାଡ କରିଛି । ଏହାପରେ ନିଜେ ମଧ୍ୟ ନିଜକୁ ଗୁଳି କରିଦେଇଛି । ଫଳରେ ଏଥିରେ ଅଭିଯୁକ୍ତ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ମୃତ ବନ୍ଧୁକଧାରୀ ଶ୍ବେତବର୍ଣ୍ଣ ବ୍ୟକ୍ତି ଥିଲା ଏବଂ ସେ କୃଷ୍ଣକାୟ ଲୋକଙ୍କୁ ଘୃଣା କରୁଥିଲା । ତେଣୁ କୃଷ୍ଣକାୟ ବ୍ୟକ୍ତିଙ୍କୁ ଟାର୍ଗେଟ କରି ସେ ଏଭଳି ନାରକୀୟ କାଣ୍ଡ ଭିଆଇଥିଲା । ତା’ର ଗୁଳିମାଡରେ ଦୁଇ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସମସ୍ତେ କୃଷ୍ଣକାୟ ବ୍ୟକ୍ତି ଥିଲେ । ବନ୍ଧୁକଧାରୀ ଏକାକୀ ହିଁ ଗୁଳିମାଡ କରିଥିଲା । ଗୁଳିମାଡ ପୂର୍ବରୁ ସେ ନିଜ ବାପାମାଆ, ଗଣମାଧ୍ୟମ ଓ ପୋଲିସ ପାଇଁ କିଛି ମାନିଫେଷ୍ଟୋ ଲେଖିଥିଲା । ଯେଉଁଥିରୁ କୃଷ୍ଣକାୟ ସମୁଦାୟଙ୍କ ପ୍ରତି ତା’ର ଘୃଣା ସମ୍ପର୍କରେ ସୂଚନା ମିଳିଛି । ଅଭିଯୁକ୍ତ ଗୋଟିଏ ଜ୍ୟାକେଟ ପିନ୍ଧି ଜ୍ୟାକ୍ସନବିଲେ ସ୍ଥିତ ଡଲାର ଜେନେରାଲ ଷ୍ଟୋରରେ ପଶିଥିଲା । AR-15 ଷ୍ଟାଇଲ ରାଇଫଲ ବାହାର କରି ଅତର୍କିତ ଭାବେ ଗୁଳି ଚଳାଇଥିଲା । ଫେଡେରାଲ ଅଧିକାରୀମାନେ ଗୁଳିମାଡ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.