Latest Odisha News

BREAKING NEWS

କୋରାପୁଟରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ 

କୋରାପୁଟ: କୋରାପୁଟ ଲମତାପୁଟରୁ ପୁଣି ଜବତ ହୋଇଛି ଗଞ୍ଜେଇ। ଗତ ରାତିରେ ପେଟ୍ରୋଲିଂ ରାତ୍ର ସମୟରେ ପ୍ରାୟ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ପୋଲିସ । ଏହା ସହ ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ବୋଲେର ପିକପ ଭ୍ୟାନକୁ ମଧ୍ୟ ପୁଲିସ ଜବତ କରିଛି ।

ଏକ ବିଶେଷ ସୂତ୍ରରୁ ଖବର ପାଇ ଗଞ୍ଜେଇ କାରବାର ହେଉଥିବା ନେଇ ଖବର ପାଇବା ପରେ କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ ଏବଂ ନନ୍ଦପୁର SDPOଙ୍କ ନେତୃତ୍ବରେ ଏକ ଟିମ ଲମତାପୁଟ ଠାରୁ ୫କିଲୋମିଟର କଡରି ଗାଁ ନିକଟରର ରାତ୍ରି ପେଟ୍ରୋଲିଂ କରୁଥିଲେ । ଠିକ ସେହି ସମୟରେ ଆନ୍ଧ୍ର ସୀମାନ୍ତ ପାଡୁଆ ଅଞ୍ଚଳରୁ ଏକ ଟ୍ରାକ୍ଟର ଓ ବୋଲେର ପିକୋପ ଭ୍ୟାନକୁ ଅଟକ ରଖି ଯାଞ୍ଚ କରିଥିଲେ ।

ଗଂଜେଇ ଚାର ଚାଲାଣ ହେଉଥିବା ନେଇ ପୋଲିସ ୨ଟି ଗାଡିକୁ ଯାଞ୍ଚ କରୁଥିବା ସମୟରେ ଗଂଜେଇ ମାଫିଆ ଓ ଡ୍ରାଇଭର ଅନ୍ଧାରର ସୁଯୋଗରେ ପୁଲିସ କବଳରୁ ଖସି ଯାଇଥିଲେ । ପରେ ଜବତ ୨ଟି ଗାଡି ସହ ଲମତାପୁଟ ଥାନାରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା । ୨ଟି ଗାଡିରୁ ୩୩୯ କେଜି ଓଜନର ଗଞ୍ଜେଇ ବାହାରିଥିବା ବେଳେ ଏହାର ହାରାହାରି ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି ।

ପାଡୁଆ ଅଞ୍ଚଳରୁ ଜୟପୁର ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ନେଇ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ତେବେ ଏନେଇ ପୋଲିସ କାହାକୁ ଗିରଫ କରି ନାହିଁ ।

Leave A Reply

Your email address will not be published.