Latest Odisha News

BREAKING NEWS

ପାର୍ସଲ୍‌ ଟ୍ରେନ ଧକ୍କାରେ ୨ ହାତୀ ମୃତ  

ରାଉରକେଲା: ରାଉରକେଲା ଠାରୁ ପ୍ରାୟ ୩୦ କିମି ଦୂରରେ ଅବସ୍ଥିତ ହାଓଡ଼ା-ମୁମ୍ବାଇ ରେଳମାର୍ଗର ନିକଟରେ ପାର୍ସଲ୍‌ ଟ୍ରେନ ଧକ୍କା ଦେବାରୁ ଦୁଇଟି ହାତୀଙ୍କର ମୃତ୍ୟୁ ଘଟିଛି।

ହାତୀଙ୍କ ସହ ଧକ୍କାଖାଇବା ପରେ ଉକ୍ତ ପାର୍ସଲ୍‌ ଟ୍ରେନର ଦୁଇଟି ବଗି ଧାରଣାଚ୍ୟୁତ ହୋଇଯାଇଥିବା ସୂଚନା।

ଗତକାଲି ରାତି ପ୍ରାୟ ୧.୦୫ରେ ଏହି ଅଘଟଣ ଘଟିଥିବା ବେଳେ ଖବର ପାଇ ବନ୍ଧମୁଣ୍ଡା ଏଆର୍‌ଏମ୍‌ ନିଶାନ୍ତ କୁମାରଙ୍କ ସମେତ ରେଳ ବିଭାଗର ବରିଷ୍ଠ ଅଧିକାରୀ ଓ ବିଶ୍ରା ରେଞ୍ଜ୍‌ର ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାଟି ତଦନ୍ତ ଆରମ୍ଭ କରିଛନ୍ତି।

ହାଓଡ଼ା-ମୁମ୍ବାଇ ରେଳମାର୍ଗରେ ଏହି ପାର୍ସଲ୍‌ ଟ୍ରେନ ଟି ନାଶିକରୁ ଶାଲିମାର୍‌ ଅଭିମୁଖେ ଯାତ୍ରା କରୁଥିଲା। ଭ୍ୟାନ୍‌ଟି ମହୀପାଣି ଅଞ୍ଚଳ ଦେଇ ଯାଉଥିବା ବେଳେ ପଲେ ହାତୀ ରେଳ ଧାରଣା ପାରି ହେଉଥିଲେ। ଫଳରେ ପାର୍ସଲ୍‌ ଟ୍ରେନ ଟି ପଲର ଦୁଇଟି ହାତୀଙ୍କୁ ଧକ୍କା ଦେଇଥିଲା।

ଏଥିରେ ଧାରଣାଚ୍ୟୁତ ହୋଇଥିବା ପାର୍ସଲ୍‌ ଟ୍ରେନଟିର ଦୁଇଟି ବଗିକୁ ପୁନର୍ବାର ଧାରଣା ଉପରକୁ ଆଣିବା ଲାଗି ଉଦ୍ୟମ ଚାଲିଛି। ଏଥିପାଇଁ ଗତରାତିରୁ ହାଓଡ଼ା-ମୁମ୍ବାଇ ରେଳମାର୍ଗରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି।

Leave A Reply

Your email address will not be published.