Latest Odisha News

BREAKING NEWS

୪ ବର୍ଷ ପରେ ଧରାପଡ଼ିଲା ଥାନାରୁ ଫେରାର ହୋଇଥିବା ଅଭିଯୁକ୍ତ

ପାରଳାଖେମୁଣ୍ଡି: ୪ ବର୍ଷ ପରେ ଧରାପଡ଼ିଲା ଥାନାରୁ ଫେରାର ହୋଇଥିବା ଅଭିଯୁକ୍ତ। ଫେରାର ଅଭିଯୁକ୍ତ ହେଲା ସନାତନ କରାଡ଼। ତାଙ୍କ ଘର ଆର.ଉଦୟଗିରି ଥାନା ଏନ୍. ଝାଲରଶିଂ ଗାଁରେ। ଗଞ୍ଜେଇ ଚାଲାଣ କରୁଥିବା ବେଳେ ୨୦୨୦ ମସିହାରେ ମୋହନା ଥାନା ପୋଲିସ ହାତରେ ଧରାପଡ଼ିଥିଲେ ଦୁଇ ଜଣ ଅଭିଯୁକ୍ତ। ଏବେ ପୁଣି ତାଙ୍କୁ ଗିରଫ କରିଛି ଗଜପତି ଜିଲ୍ଲା ମୋହନା ଥାନା ପୋଲିସ।

ଖବର ଅନୁଯାୟୀ, ମୋହନା ଥାନାର ଏକ ଟିମ୍ ୨୦୨୦ ମସିହାରେ ଗଞ୍ଜେଇ ଚାଲାଣ କରିବା ବେଳେ ସେମାନଙ୍କ ଠାରୁ ୧ ହଜାର ୫୩ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାର କିଛି ଦିନ ପରେ ମୁଖ୍ୟ ଅଭିଯୁକ୍ତ ସନାତନ କରାଡ଼ଙ୍କୁ ଗିରଫ କରାଯାଇଥିଲା। ତେବେ ରାତିରେ ସନାତନ ଥାନାରୁ ଫେରାର ହୋଇଯାଇଥିଲା। ଯଦିଓ ପୋଲିସ ସନାତନଙ୍କୁ ଖୋଜିବା ପାଇଁ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା, ତଥାପି ପୋଲିସ ତାକୁ ଖୋଜିବାରେ ବିଫଳ ହୋଇଥିଲା।

ତେବେ ବର୍ତ୍ତମାନ ଫେରାର ଅଭିଯୁକ୍ତ ବିଷୟରେ ସୂଚନା ପାଇବା ପରେ ମୋହନା ଥାନାର ଏକ ଟିମ୍ ଆଡ଼ବା ଥାନା ବାଚିପଙ୍କା ଗାଁରେ ଘେରାଉ କରି ସୋମବାର ରାତିରେ ସନାତନଙ୍କୁ ଗିରଫ କରିଥିଲା। ହେପାଜତରୁ ଖସିଯିବା ଅପରାଧରେ ସନାତନ ବିରୋଧରେ ଆଉ ଏକ ମାମଲା ରୁଜୁ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି ପୋଲିସ।

Leave A Reply

Your email address will not be published.