Latest Odisha News

BREAKING NEWS

୪୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କଲା ଗଜପତି ଜିଲ୍ଲା ପୋଲିସ

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ୪୦ ଲକ୍ଷ ଟଙ୍କା ମୂଲ୍ୟର ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ।

ସୂଚନା ମୁତାବକ ଆର୍‌.ଉଦୟଗିରି ଅଞ୍ଚଳରୁ ଏକ ଗଞ୍ଜେଇ ବୋଝେଇ ଟ୍ରକ ଆଗ୍ରା ଯାଉଥିବା ମୋହନା ପୁଲିସକୁ ଖବର ମିଳିଥିଲା। ଏହା ପରେ ଥାନା ଅଧିକାରୀଙ୍କର ଏକ ଟିମ ଶିକୁଳିପଦର-ପଥରଗଡ଼ ରାସ୍ତାରେ ଏହି ଟ୍ରକ ଉପରେ ଚଢ଼ାଉ କରିଥିଲା ।

ଯାଞ୍ଚ ବେଳେ ଟ୍ରକ୍‌ରୁ ୧୯ଟି ବସ୍ତାରୁ ୫ କୁଇଣ୍ଟାଲ ଗଞ୍ଜେଇ ମିଳିଥିଲା। ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ପକ୍ଷରୁ ସୂଚନା ମିଳିଛି ।

ଏହି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ୪ ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ପୋଲିସ ଗିରଫ କରିଥିବା ସୂଚନା। ସେମାନଙ୍କ କାର୍‌କୁ ମଧ୍ୟ ପୋଲିସ ଜବତ କରିଛି।

Leave A Reply

Your email address will not be published.