Latest Odisha News

BREAKING NEWS

ଜଙ୍ଗଲରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ;ଚମ୍ପଟ ମାରିଲେ ମାଫିଆ

ଗଜପତି: ଘଞ୍ଚ ଜଙ୍ଗଲରେ ମାଫିଆମାନେ ଲୁଚାଇ ରଖିଥିଲେ କୋଟିଏ ଟଙ୍କାର ଗଞ୍ଜେଇ। ଜବତ କଲା ଅଡ଼ବା ପୋଲିସ। ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ପାଇଁ ରଖାଯାଇଥିବା ସୂଚନା ରହିଛି। ଗୁଡ୍ରିପଙ୍କା ଗ୍ରାମ ନିକଟ ଘଞ୍ଚ ଜଙ୍ଗଲରୁ ଜବତ ଗଞ୍ଜେଇର ଓଜନ ୧୦୫୪ କିଲୋ ରହିଛି ଓ ଏହାର ଆନୁମାନିକ ବଜାର ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

ଖବରମୁତାବକ, ବିଶେଷ ସୂଚନା ଆଧାରରେ ଆର୍‌ ଉଦୟଗିରୀ ଏସଡ଼ିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଅଡ଼ବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ଓ କର୍ମଚାରୀ ଗୁଡ୍ରିପଙ୍କା ଗ୍ରାମ ନିକଟ ଘଞ୍ଚ ଜଙ୍ଗଲରେ ଚଢ଼ାଉ କରିଥିଲେ। ସେଠାରୁ ପ୍ଳାଷ୍ଟିକ ଡ୍ରମ ଓ ଟିଣ ବାକ୍ସ ମଧ୍ୟରେ ୪୨ଟି ପ୍ଲାଷ୍ଟିକ ଜରି ଅଖାରେ ଥିବା ଗଞ୍ଜେଇ ଜବତ କରାଯାଇଥିଲା। ଘଟଣାସ୍ଥଳରୁ ମାଫିଆମାନେ ଚମ୍ପଟ ମାରିବାରୁ କେହି ଗିରଫ ହୋଇ ନାହାଁନ୍ତି।

ଗତ କିଛି ଦିନ ଭିତରେ ଗଜପତି ପୋଲିସ ପ୍ରାୟ ୧୨ ଟନ ଗଞ୍ଜେଇ ଜବତ କରିସାରିଲାଣି । ତଥାପି ଗଞ୍ଜେଇ ମାଫିଆ ମାନେ ନୂଆ ଉପାୟ ଆପଣାଇବାରେ ଲାଗିଛନ୍ତି।

Leave A Reply

Your email address will not be published.