ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ନିଗମ ଏବଂ ବୋର୍ଡର ଉପଦେଷ୍ଟା ଏବଂ ସଦସ୍ୟଙ୍କ ସମେତ ବିଭିନ୍ନ ପଦପଦବୀ ପାଇଁ ନାମ ଘୋଷଣା ହୋଇଛି। ଏଥିରେ ଗଞ୍ଜାମ ଜିଲାର ଅନେକ ବିଜେଡ଼ି ନେତାଙ୍କୁ ଥଇଥାନ କରାଯାଇଛି। ଗଞ୍ଜାମ ଜିଲା ବିଜେଡ଼ି ସଭାପତି ତଥା ପୂର୍ବତନ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ନାମ ଅନେକ ଥର ରାଜ୍ୟସଭା ପାଇଁ ଉଠିଥିଲା। ଏପରିକି ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ଚ୍ୟାଉପଟ୍ଟନାୟକ କହୁଥିଲେ । ହେଲେ ତାଙ୍କୁ କ୍ୟାବିନେଟ ପାହ୍ୟାରେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଗଞ୍ଜାମ ଜିଲା ଯୋଜନା କମିଟିର ଦୁଇଟି ବିଶେଷଜ୍ଞ ସଦସ୍ୟ ଭାବେ ବିଜେଡ଼ି ମୁଖପାତ୍ର ତୁମ୍ବନାଥ ପଣ୍ଡା ଏବଂ ରଘୁନାଥ ନାଇଡ଼ୁଙ୍କୁ ଅବସ୍ଥାପିତ କରାଯାଇଛି। ପୂର୍ବରୁ ଜିଲା ଯୋଜନା କମିଟିର ଅଧ୍ୟକ୍ଷ, ସଦସ୍ୟଙ୍କ ନାମ ଘୋଷଣା ହୋଇଥିବା ବେଳେ ଦୁଇଟି ବିଶେଷଜ୍ଞ ସଦସ୍ୟ ପଦବୀ ଖାଲି ପଡ଼ିଥିଲା। ସେହିଭଳି କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଭାବେ ଡ.ରାମଚନ୍ଦ୍ର ପଣ୍ଡାଙ୍କୁ ନିଯୁକ୍ତି ମିଳିଛି। ବରିଷ୍ଠ ବିଜେଡ଼ି ନେତା ସୁବାସ ମହାରଣାଙ୍କୁ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଲିମିଟେଡର ଲିମିଟେଡର ଅଧ୍ୟକ୍ଷ ଦାୟିତ୍ବ ମିଳିଛି। ଗଞ୍ଜାମ ଆଞ୍ଚଳିକ ଉନ୍ନତି ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ପବିତ୍ର ପାଣିଗ୍ରାହୀଙ୍କ ନାମ ଘୋଷଣା ହୋଇଛି। ପବିତ୍ର ପୂର୍ବରୁ ହିଂଜିଳିକାଟୁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଥିବା ବେଳେ ବର୍ତ୍ତମାନ ଜିଲା ବିଜେଡ଼ି ସାଧାରଣ ସଂପାଦକ ଅଛନ୍ତି। ଜିଲା ବିଜେଡ଼ି ଉପସଭାପତି ଡି.ବିଶ୍ବନାଥଙ୍କୁ ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଉନ୍ନୟନ ନିଗମର ଅଧ୍ୟକ୍ଷ ଏବଂ ହିଂଜିଳି ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦର ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି।
BREAKING NEWS
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
Comments are closed.