ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ନିଗମ ଏବଂ ବୋର୍ଡର ଉପଦେଷ୍ଟା ଏବଂ ସଦସ୍ୟଙ୍କ ସମେତ ବିଭିନ୍ନ ପଦପଦବୀ ପାଇଁ ନାମ ଘୋଷଣା ହୋଇଛି। ଏଥିରେ ଗଞ୍ଜାମ ଜିଲାର ଅନେକ ବିଜେଡ଼ି ନେତାଙ୍କୁ ଥଇଥାନ କରାଯାଇଛି। ଗଞ୍ଜାମ ଜିଲା ବିଜେଡ଼ି ସଭାପତି ତଥା ପୂର୍ବତନ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ନାମ ଅନେକ ଥର ରାଜ୍ୟସଭା ପାଇଁ ଉଠିଥିଲା। ଏପରିକି ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ଚ୍ୟାଉପଟ୍ଟନାୟକ କହୁଥିଲେ । ହେଲେ ତାଙ୍କୁ କ୍ୟାବିନେଟ ପାହ୍ୟାରେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଗଞ୍ଜାମ ଜିଲା ଯୋଜନା କମିଟିର ଦୁଇଟି ବିଶେଷଜ୍ଞ ସଦସ୍ୟ ଭାବେ ବିଜେଡ଼ି ମୁଖପାତ୍ର ତୁମ୍ବନାଥ ପଣ୍ଡା ଏବଂ ରଘୁନାଥ ନାଇଡ଼ୁଙ୍କୁ ଅବସ୍ଥାପିତ କରାଯାଇଛି। ପୂର୍ବରୁ ଜିଲା ଯୋଜନା କମିଟିର ଅଧ୍ୟକ୍ଷ, ସଦସ୍ୟଙ୍କ ନାମ ଘୋଷଣା ହୋଇଥିବା ବେଳେ ଦୁଇଟି ବିଶେଷଜ୍ଞ ସଦସ୍ୟ ପଦବୀ ଖାଲି ପଡ଼ିଥିଲା। ସେହିଭଳି କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଭାବେ ଡ.ରାମଚନ୍ଦ୍ର ପଣ୍ଡାଙ୍କୁ ନିଯୁକ୍ତି ମିଳିଛି। ବରିଷ୍ଠ ବିଜେଡ଼ି ନେତା ସୁବାସ ମହାରଣାଙ୍କୁ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଲିମିଟେଡର ଲିମିଟେଡର ଅଧ୍ୟକ୍ଷ ଦାୟିତ୍ବ ମିଳିଛି। ଗଞ୍ଜାମ ଆଞ୍ଚଳିକ ଉନ୍ନତି ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ପବିତ୍ର ପାଣିଗ୍ରାହୀଙ୍କ ନାମ ଘୋଷଣା ହୋଇଛି। ପବିତ୍ର ପୂର୍ବରୁ ହିଂଜିଳିକାଟୁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଥିବା ବେଳେ ବର୍ତ୍ତମାନ ଜିଲା ବିଜେଡ଼ି ସାଧାରଣ ସଂପାଦକ ଅଛନ୍ତି। ଜିଲା ବିଜେଡ଼ି ଉପସଭାପତି ଡି.ବିଶ୍ବନାଥଙ୍କୁ ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଉନ୍ନୟନ ନିଗମର ଅଧ୍ୟକ୍ଷ ଏବଂ ହିଂଜିଳି ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦର ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି।
BREAKING NEWS
- Operation Gorakhya: ଗୋରୁ ମାଫିଆଙ୍କ ଘରେ ଚଢ଼ଉ, ପ୍ରାୟ ସାଢେ ୪ କୋଟି ଟଙ୍କା ଠାବ
- Pakistani Terrorists: ଭାରତରେ ବିନାଶ କରିବାକୁ ପ୍ରସ୍ତୁତ ହେଉଛନ୍ତି ପାକିସ୍ତାନୀ ଆତଙ୍କବାଦୀ, ପ୍ରବଳ ଥଣ୍ଡାରେ ସଜାଗ ସେନା
- Khandagiri Magha Mela: ଆରମ୍ଭ ହେଲା ଐତିହାସିକ ଖଣ୍ଡଗିରି ମାଘମେଳା, ସୁରକ୍ଷା ବଳୟରେ ସମଗ୍ର ଅଞ୍ଚଳ…
- ମାଘ ସପ୍ତମୀ: ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ
- ପୁଣି ବରଗଡ଼ରୁ ବିପୁଳ ପରିମାଣର କଫସିରଫ୍ ଜବତ; ୬ ଅଭିଯୁକ୍ତ ଗିରଫ
- ଗୁଡ଼ି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣା;୬ ଗିରଫ
- ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ;ରବିବାର ଘଣ୍ଟପଡ଼ା ଫ୍ଲାଏଓଭର ବ୍ରିଜର ଶୁଭ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ
- ମହାରାଷ୍ଟ୍ରକୁ ଚାଲାଣ ବେଳେ ୧୨୦କିଲୋରୁ ଅଧିକ ଗଞ୍ଜେଇ ଜବତ
- ନୀତି ଆୟୋଗର ଉପାଧ୍ୟକ୍ଷଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ;ଓଡ଼ିଶାର ସାମଗ୍ରିକ ବିକାଶ ନେଇ ଆଲୋଚନା
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ
Comments are closed.